Wednesday, April 1, 2026
38.4 C
Odisha

    ରେଳ ସୁରକ୍ଷା ବ୍ୟବସ୍ଥା କବଚ ୪.୦ ସିଷ୍ଟମର ପରୀକ୍ଷଣ

    ଆଗକୁ ପଢନ୍ତୁ

    କୋଟା:  ଭାରତ ରେଳବାଇର ମିଶନ ରଫତାର ଅଭିଯାନ ଅଧୀନରେ କୋଟା ରେଳ ଡିଭିଜନରେ ନୂତନ କବଚ ସିଷ୍ଟମ ୪.୦ ଟେକ୍ନୋଲୋଜିର ପରୀକ୍ଷଣ କରାଯାଇଛି । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ସୱାଇ ମାଧୋପୁରରୁ ସୁମେରଗଞ୍ଜ ମଣ୍ଡି ଷ୍ଟେସନ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାର ପରୀକ୍ଷଣ କରାଯାଇଥିଲା ।

    ସୂଚନାଯୋଗ୍ୟ, ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସ୍ୱୟଂଚାଳିତ ଟ୍ରେନ୍ ସୁରକ୍ଷା ବ୍ୟବସ୍ଥାର ଦକ୍ଷତା ପରୀକ୍ଷା ପାଇଁ ଏକ କବଚଯୁକ୍ତ ଟ୍ରେନରେ ଯାତ୍ରା କରିଥିଲେ। ରେଳବାଇ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବୈଷ୍ଣବ ସୱାଇ ମାଧୋପୁର ରେଳ ଷ୍ଟେସନରେ ସିଲ୍ଡ ଟ୍ରେନ୍ ସହ ଇଞ୍ଜିନରେ ଚଢ଼ି ୪୫ ମିନିଟ୍ ପାଇଁ ଇନ୍ଦ୍ରଗଡ଼ ରେଳ ଷ୍ଟେସନକୁ ଯାତ୍ରା କରିଥିଲେ। ଏହି ୪୫ ମିନିଟ୍ ମଧ୍ୟରେ ଟ୍ରେନଟି ବିଭିନ୍ନ ବେଗରେ ଚାଲିଥିଲା, ଏହାର ଉଦ୍ଦେଶ୍ୟ ଥିବା ଯେପରିକି ଏହା ଲୋକୋ ପାଇଲଟଙ୍କ  ଦ୍ବାରା ବିନା ବ୍ରେକ ଲଗାଇ ଲାଲ ସିଗନାଲରେ ଆପେ ଆପେ ଅଟକିବ ।

    କବଚ ବ୍ୟବସ୍ଥା, ଯାହାକୁ ଅଟୋମେଟିକ୍ ଟ୍ରେନ୍ ପ୍ରୋଟେକ୍ସନ ସିଷ୍ଟମ୍ ମଧ୍ୟ କୁହାଯାଏ, ରିସର୍ଚ୍ଚ ଡିଜାଇନ୍ ଆଣ୍ଡ ଷ୍ଟାଣ୍ଡାର୍ଡ ଅର୍ଗାନାଇଜେସନ୍ (ଆର୍ଡିଏସ୍ଓ) ଦ୍ୱାରା ବିକଶିତ ହୋଇଛି ଏବଂ ଏହା ଜରୁରୀକାଳୀନ ପରିସ୍ଥିତିରେ ଆପେ ଆପେ ବ୍ରେକ୍ ଲଗାଇପାରିବ। ରେଳ ମନ୍ତ୍ରଣାଳୟ ଗତ ୮ ବର୍ଷ ଧରି ପର୍ଯ୍ୟାୟକ୍ରମେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟ କରୁଛି ।
    ଏ ସଂପର୍କରେ ବୈଷ୍ଣବ କହିଛନ୍ତି ଯେ ଜୁଲାଇ ୧୭, ୨୦୨୪ରେ ରିସର୍ଚ୍ଚ ଡିଜାଇନ୍ ଆଣ୍ଡ ଷ୍ଟାଣ୍ଡାର୍ଡସ ଅର୍ଗାନାଇଜେସନ୍ (ଆର୍ଡିଏସ୍ଓ) ଦ୍ୱାରା କବଚ ଆଡଭାନ୍ସଡ ଭର୍ସନ ୪.୦କୁ ଅନୁମୋଦନ ମିଳିଥିଲା ଏବଂ ଖୁବ୍ ଶୀଘ୍ର ଏହାର ବ୍ୟାପକ କାର୍ଯ୍ୟକାରିତା ଉପରେ କାର୍ଯ୍ୟ ଆରମ୍ଭ ହେବ। ରେଳମନ୍ତ୍ରୀଙ୍କ କହିବା ନୁଯାୟୀ, କବଚ ୪.୦ ପାହାଡ଼ିଆ ଅଞ୍ଚଳ, ଜଙ୍ଗଲ, ଉପକୂଳ ଓ ମରୁଭୂମି ଅଞ୍ଚଳ ଭଳି ଭୌଗୋଳିକ ପରିସ୍ଥିତିରେ ସମସ୍ତ ପ୍ରକାର ଯୋଗାଯୋଗ ଆହ୍ୱାନର ମୁକାବିଲା କରିବାରେ ସକ୍ଷମ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    38.4 ° C
    38.4 °
    38.4 °
    14 %
    3.9kmh
    4 %
    Wed
    38 °
    Thu
    41 °
    Fri
    41 °
    Sat
    39 °
    Sun
    39 °

    ସମ୍ବନ୍ଧିତ