Friday, September 25, 2026
24.2 C
Odisha

    ରେଳବାଇ ପୁଲିସ ଦ୍ବାରା ୧୨୦ କୁଇଣ୍ଟାଲ ଗଞ୍ଜେଇ ଜବତ, ୧୬ ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    କୋରାପୁଟ: ଗଞ୍ଜେଇ ଚାଷ ଓ ଚାଳାଣକାରୀଙ୍କ ହବ୍ ଅବିଭକ୍ତ କୋରାପୁଟ ଜିଲ୍ଲା। ବିଭିନ୍ନ ମାଧ୍ୟମ, ପଦ୍ଧତିରେ ଚାଳାଣ ଜାରି ରହିଛି। ସଡ଼କ ପଥରେ ବିଭିନ୍ନ ବସ୍‌, ଭ୍ୟାନ୍‌, ଟ୍ରକ୍‌ ଓ ବାଇକରେ ଚାଳାଣ ବେଳେ ଧରା ପଡ଼ୁଥିବାରୁ ନୂଆନୂଆ ପଇଁତରା ମାଫିଆମାନେ ପ୍ରୟୋଗ କରୁଛନ୍ତି। ସଡ଼କ ପଥ ଛାଡ଼ି ଏବେ ରେଳରେ ନାବାଳକ, ଯୁବତୀ ଓ ମହିଳାମାନଙ୍କୁ ଏହି କାମରେ ଏବେ ନିୟୋଜିତ କରୁଛନ୍ତି। କେତେବେଳେ ଖସି ପଳାଇବାକୁ ସମର୍ଥ ହେଉଥିବା ବେଳେ କେତେବେଳେ ରେଳୱେ ପୁଲିସ ହାତରେ ଧରା ପଡୁଛନ୍ତି।

    ଏହି କ୍ରମରେ ଗତ ୧୧ମାସରେ କୋରାପୁଟ ରେଳବାଇ ପୁଲିସ ୧୫ଟି ଚାଳାଣ ବେଳେ ୧୨୦ କିଲୋ ଗଞ୍ଜେଇ ଜବତ କରିବା ସହ ୧୬ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏତଦ୍‌ ବ୍ୟତୀତ ଜଣେ ନାବାଳକ ମଧ୍ୟ ଧରାପଡ଼ିଛି ବୋଲି କହିଛନ୍ତି ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ। ପୁଲିସ, ଅବକାରୀ ବିଭାଗ ହାତରେ ଧରାପଡ଼ୁଥିବାରୁ ଗଂଜେଇ ମାଫିଆମାନେ ରେଳ ଜରିଆରେ ପଠାଇବାକୁ ବାଟ ଖୋଜିଛନ୍ତି। ଖାସ୍ କରି ଚାଳାଣ ପାଇଁ ମାଫିଆ ମାନେ କିଶୋର, କିଶୋରୀ, ନାବାଳକ, ଯୁବକ ଓ ଯୁବତୀଙ୍କୁ ପ୍ରାଥମିକତା ଦେଉଛନ୍ତି।

    କୋରାପୁଟ ରେଳଷ୍ଟେସନ ପ୍ଲାଟପର୍ମରୁ ଜିଆରପି(ସରକାରୀ ରେଲୱେ ପୁଲିସ) ଜଣେ ନାବାଳଙ୍କ ବ୍ୟାଗରୁ ୧୦ କିଲୋ ଗଞ୍ଜେଇ ଜବତ କରିଥିଲେ। ସେହିପରି ଗତ ୧୨ତାରିଖ ଦିନ ଜଣେ ଯୁବକଙ୍କ ଠାରୁ ୧୦କିଲୋ ୮୦୦ଗ୍ରାମ ଗଞ୍ଜେଇ ଚାଳାଣ କରୁଥିବା ବେଳେ ରେଲୱେ ପୁଲିସ ହାତରେ ଧରା ପଡ଼ିଛନ୍ତି। ଯଦିଓ ଜିଆରପି ଷ୍ଟେସନରେ ଚାରି ଆଡ଼େ ବୁଲିବା ସମୟରେ ସଂଦେହାସ୍ପଦ ସଂଦିଗ୍ଧଙ୍କୁ ଯାଂଚ କରି ଗତ ୧୧ମାସରେ ୧୫ଟି ମାମଲା ରୁଜୁ କରିଛି। କୋରାପୁଟ ଷ୍ଟେସନରେ ଲଗେଜ ଯାଂଚ ମେସିନ୍ ନଥିବାରୁ ଏହି ସଂଖ୍ୟା ଅଧିକା ହୋଇ ପାରେ ବୋଲି ସଂଦେହ ପ୍ରକାଶ ପାଇଛି। ଏ ଦିଗରେ ସରକାର ଦୃଷ୍ଟି ଦେଇ ଷ୍ଟେସନରେ ଅତ୍ୟାଧୁନିକ ଲଗେଜ ସ୍କାନର ରଖିଲେ ଏହି ଚାଳାଣକୁ ରୋକି ହେବ ବୋଲି ମତପ୍ରକାଶ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    96 %
    5.6kmh
    100 %
    Fri
    26 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ