Friday, October 16, 2026
26.1 C
Odisha

    ବନ୍ଧୁଙ୍କୁ ବାହାଘର ଉପହାର ଦେବା ବେ‌ଳେ ହୃଦ୍‌ଘାତରେ ଚାଲିଗଲା ଯୁବକଙ୍କ ଜୀବନ

    ଆଗକୁ ପଢନ୍ତୁ

    କୁର୍ଣ୍ଣୁଲ୍‌: ଆନ୍ଧ୍ରପ୍ରଦେଶ କୁର୍ଣ୍ଣୁଲ୍‌ ଜିଲ୍ଲାର ଏକ ବିବାହ ଉତ୍ସବରେ ଘଟିଯାଇଛି ଦୁଃଖଦ ଘଟଣା। ନିଜ ବନ୍ଧୁ ବିବାହ ଉତ୍ସବକୁ ଯାଇ ବନ୍ଧୁଙ୍କୁ ଉପହାର ଦେବା ସମୟରେ ଚାଲିଯାଇଛି ଜଣେ ଯୁବକଙ୍କ ଜୀବନ। ଯୁବକ ଜଣକ ଆମାଜନ୍‌ର ଜଣେ କର୍ମଚାରୀ ଥିଲେ। ସେ ତାଙ୍କ ବନ୍ଧୁ ମଞ୍ଚ ଉପରେ ଛିଡ଼ା ହୋଇଥିବା ବେଳେ ଉପହାର ନେଇ ଦେବା ବେଳେ ଛାତିକୁ ଧରିଥିଲେ। ପାଖରେ ଛିଡ଼ା ‌ହୋଇଥିବା ଲୋକ ତାଙ୍କୁ ଧରି ପକାଇଥିଲେ। ହୃଦ୍‌ଘାତରେ ଯୁବକଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି।

    ଘଟଣାର ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଘୂରି ବୁଲୁଛି।  ବେଙ୍ଗାଲୁରୁର ଆମାଜନ କର୍ମଚାରୀ ଦମ୍ପତିଙ୍କୁ ମଞ୍ଚରେ ଅଭିବାଦନ ଜଣାଇ ସେମାନଙ୍କୁ ଉପହାର ଦେଉଥିବାର ଦେଖାଯାଇଛି। ହେଲେ ସେହି ଖୁସି ତାଙ୍କର ମାତ୍ର କେତେ ସମୟ ମଧ୍ୟରେ ପାଣି ଫଟକା ପରି ଫାଟିଯାଉଛି।

    ଭାମସି ନାମକ ଏହି ଯୁବକ ତାଙ୍କ ବନ୍ଧୁଙ୍କ ବିବାହ ପାଇଁ ବେଙ୍ଗାଲୁରୁରୁ ନିଜ ବନ୍ଧୁର ପେନୁମୁଦା ଗ୍ରାମକୁ ଯାଇଥିଲେ। ବର ଉପହାର ରାପର ଖୋଲିବା ଆରମ୍ଭ କଲାବେଳେ ଭାମସି ଭାରସାମ୍ୟ ହରାଇବାକୁ ଲାଗିଲେ ଏବଂ ତାଙ୍କ ପାଖରେ ଠିଆ ହୋଇଥିବା ଲୋକମାନେ ତାଙ୍କୁ ଧରିଥଲେ ବୋଲି ଭିଡିଓରେ ଦର୍ଶାଯାଇଛି।ଭାମସୀଙ୍କୁ ଧୋନ ନଗର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    88 %
    1.4kmh
    77 %
    Fri
    24 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ