Thursday, January 23, 2025
18.2 C
Odisha

    ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ଆଶଙ୍କା

    ଆଗକୁ ପଢନ୍ତୁ

    ପୁଣି ଆସୁଛି ଲଘୁଚାପ । ଆସନ୍ତା ୬-୭ରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ଏହା ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପରେ ପରିଣତ ହୋଇପାରେ । ତେବେ ଏହା ଅଧିକ ଘନୀଭୂତ ହେବାର ସମ୍ଭାବନା କମ । ଏନେଇ ଭାରତୀୟ ପାଣିପାଗ ବିଭାଗ-ଆଇଏମଡିର ପରିବ୍ୟାପ୍ତ ଆଉଟଲୁକରୁ ଜଣାପଡ଼ିଛି । ଓଡ଼ିଶା ଉପରେ ଲଘୁଚାପର ପ୍ରଭାବ ରହିବନି ।

    ପାଣିପାଗ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ କହିଛନ୍ତି, ନଭେମ୍ବର ୫ରୁ ୧୫ ତାରିଖ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ । ତେବେ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି, ନଭେମ୍ବର ପ୍ରଥମ ସପ୍ତାହର ଶେଷ ଭାଗରେ ଅର୍ଥାତ ୬ କିମ୍ବା ୭ ତାରିଖ ଆଡ଼େ ଏଭଳି ଏକ ସିଷ୍ଟମ ରୂପ ନେଇପାରେ । ଏହାର ପ୍ରଭାବରେ ନଭେମ୍ବର ଦ୍ବିତୀୟ ସପ୍ତାହ ବେଳକୁ ଉତ୍ତର ପଶ୍ଚିମ ଭାରତ, ଏଥିସହ କେନ୍ଦ୍ର ଓ ପୂର୍ବ ଭାରତରେ ତାପାମାତ୍ରା କମିଯିବ ବୋଲି ଆକଳନ କରାଯାଇଛି । କିନ୍ତୁ ଏହି ଲଘୁଚାପ ଆଗକୁ କ’ଣ ରୂପ ନେବ ଏବଂ ସେହି ସମୟରେ ସାମୁଦ୍ରିକ ପରିବେଶ କେମିତି ରହିବ, ସେବିଷୟରେ ବିଶେଷ କିଛି ସ୍ପଷ୍ଟ ହୋଇନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    18.2 ° C
    18.2 °
    18.2 °
    50 %
    2.2kmh
    2 %
    Wed
    18 °
    Thu
    33 °
    Fri
    34 °
    Sat
    33 °
    Sun
    32 °

    ସମ୍ବନ୍ଧିତ