Monday, March 30, 2026
27.4 C
Odisha

    ଶୋଚନୀୟ ରାସ୍ତାରେ ଧାନତଳି ରୋପଣ କରି ଅଭିନବ ପ୍ରତିବାଦ

    ଆଗକୁ ପଢନ୍ତୁ

    ମାଲକାନଗିରି: ଜିଲ୍ଲା ସଦର ମହକୁମା ନିକଟସ୍ଥ ସତୀଗୁଡା ରାସ୍ତା ଶୋଚନୀୟ ହୋଇପଡିଥିବା ବେଳେ ରାସ୍ତା ପାଇଁ ଅଭିନବ ପ୍ରତିବାଦ କଲେ ଗ୍ରାମବାସୀ। ମାଲାକନଗିରି ସଦର ମହକୁମାର ଉପକଣ୍ଠରେ ରହିଥିବା ସତୀଗୁଡାକୁ ଯାଇଥିବା ରାସ୍ତର ଅବସ୍ଥା ଏବେ ଅତି କଦର୍ଯ୍ୟ ହୋଇଯାଇଛି। ଆଣ୍ଠୁଏ କାଦୁଅରେ ଲୋକେ ଯିବା ଆସିବା କରୁଛନ୍ତି। ଯାନବାହାନ ଯିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି।

    ବାରମ୍ବାର ଏନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଶୁଣିନଥିବା ଲୋକେ କହିଛନ୍ତି। ଏପରିକି ସମ୍ବାଦରେ ମଧ୍ୟ ଏହି ରାସ୍ତା ସଂପର୍କରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଏହାକୁ କାମଖିଆରି ଭାବେ ନେଇଛନ୍ତି।ବାଧ୍ୟ ହୋଇ ଗ୍ରାମବାସୀ କାଦୁଅ ପଚ ପଚ ରାସ୍ତାରେ ଧାନତଳି ରୋପଣ ସହ ପ୍ରତିବାଦ କରିଛନ୍ତି। ମାଲକାନଗିରି ଉପକଣ୍ଠ ହିମାଂଶୁ ପାଲ୍ଲୀ ଠାରୁ ସତୀଗୁଡା ରାସ୍ତାରେ ଧାନ ରୋଇ କଲେ ଗ୍ରାମବାସୀ ପ୍ରତିବାଦ।
    ଦୀର୍ଘ ଦିନ ହେବ ଏଠିକାର ବାସିନ୍ଦା ପକ୍କା ରାସ୍ତା ପାଇଁ ଅଭିଯୋଗ କରିଆସୁଥିଲେ ମଧ୍ୟ ରାସ୍ତାଟିଏ ନିର୍ମାଣ ହୋଇପାରିଲା ନାହିଁ।ତେଣୁ ସ୍ଥାନୀୟ ଲୋକେ କାଦୁଅ ପଚ ପଚ ରାସ୍ତାରେ ଯାତାୟତ କରୁଥିବା ବେଳେ ନାହିଁ ନଥିବାର ଅସୁବିଧା ସମ୍ମୁଖୀନ ହେଉଛନ୍ତି। ଏପରିକି ଏହି ରାସ୍ତାରେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟୁଛି। ଗାଁକୁ ଆମ୍ବୁଲାନସ ଯାଇପାରୁନାହିଁ। ତେଣୁ ତୁରନ୍ତ ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ଏଭଳି ପନ୍ଥା ଆପଣେଇଥିବା ଦେଖିବାକୁ ମିଳିଛି। ଏଥିରେ ମଧ୍ୟ ବିଭାଗୀୟ ଅଧିକାରୀ ନଚେତିଲେ ଆଗକୁ ଆନ୍ଦୋଳନର ପନ୍ଥା ଗ୍ରହଣ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

    ପ୍ରକାଶ ଥାଉକି ଏହି ରାସ୍ତା ଦେଇ ସତୀଗୁଡା ଡ୍ୟାମକୁ ଅଧିକାରୀମାନେ ଯିବା ଆସିବା କରିବା ସହ ସତୀଗୁଡା ଇକୋ ପାର୍କ ରହିଛି। ଯେଉଁଠି ପ୍ରତିଦିନ ଶହ ଶହ ଲୋକ ବୁଲିବାକୁ ଯାଇଥାନ୍ତି। ତେବେ ଏହି ରାସ୍ତାର ଅବସ୍ଥା ଦେଖି ଲୋକେ ଆଉ ଇକୋ ପାର୍କକୁ ବୁଲିବାକୁ ଯାଉନଥିବା ଅଭିଯୋଗ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.4 ° C
    27.4 °
    27.4 °
    54 %
    2.4kmh
    56 %
    Mon
    28 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ