Monday, October 12, 2026
28 C
Odisha

    ଅନାଥ ଆଶ୍ରମରେ ବଢ଼ି , ଖବର କାଗଜ ବିକି ହେଲେ ଆଇଏଏସ୍ ଅଫିସର

    ଆଗକୁ ପଢନ୍ତୁ

    କୁନ୍ନର: ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ହେଉଛି ସିଭିଲ୍ ସର୍ଭିସ୍ ପରୀକ୍ଷା। ଲଗାତାର ପରିଶ୍ରମ କରିବା ସତ୍ତ୍ବେ ମଧ୍ୟ ଏହି ପରୀକ୍ଷାରେ କୃତକାର୍ଯ୍ୟ ହେବାର ଗ୍ୟାରେଣ୍ଟି ଏକ ପ୍ରତିଶତ ହୋଇଥାଏ। ଏହି ପରୀକ୍ଷାରେ ସଫଳ ହୋଇଥିବା ବ୍ୟକ୍ତି ବିଶେଷଙ୍କ ଧ୍ୟରେ ରହିଛନ୍ତି ଅବଦୁଲ୍ ନସର। ୫ ବର୍ଷ ବୟସରେ ତାଙ୍କ ମାତାପିତାଙ୍କ ମୃତ୍ୟୁ ଘଟିଥିଲା।ଏହାପରେ ତାଙ୍କର ଲାଳନ ପାଳନ ଅନାଥ ଆଶ୍ରମରେ ହୋଇଥିଲା। ସେ ଖବର କାଗଜ ବିକି ଶେଷରେ ସିଭିଲ୍ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ। ଦେଶର ଯୁବବର୍ଗଙ୍କ ପାଇଁ ସେ ଏକ ପ୍ରେରଣାର ସ୍ରୋତ ପାଲଟିଛନ୍ତି।

    ତାଙ୍କର ଜନ୍ମ କେରଳର କୁନ୍ନର ଜିଲ୍ଲାରେ ହୋଇଥିଲା। ୧୩ ବର୍ଷ ସେ ଅନାଥ ଆଶ୍ରମରେ ରହି ନିଜର ସ୍କୁଲ ଶିକ୍ଷା ଶେଷ କରିଥିଲେ। ୧୦ ବର୍ଷ ବୟସରେ ପେଟ ପୋଷିବା ପାଇଁ ସଫେଇ କର୍ମଚାରୀଙ୍କ ସହିତ କାମ କରିବା ସହିତ ବିଭିନ୍ନ ହୋଟେଲରେ ସପ୍ଲାଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ। ଏହାପରେ ଖବର କାଗଜ ବିକିବା ଆରମ୍ଭ କରିଥିଲେ। ଟ୍ୟୁସନ କରିବା ଆରମ୍ଭ କରିବା ସହ ଫୋନ୍ ଅପରେଟର ଭାବେ ମଧ୍ୟ କାମ କରିଥିଲେ। ଏହା ସହିତ କେରଳର ସରକାରୀ କଲେଜରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

    ୧୯୯୪ରେ ପୋଷ୍ଟ ଗ୍ରାଜୁଏସନ ଡିଗ୍ରୀ ହାସଲ କରିବା ସହ କେରଳ ସ୍ବାସ୍ଥ୍ୟ ବିଭାଗରେ ଚାକିରି କରିଥିଲେ। ୨୦୦୬ରେ ସିଭିଲ ସର୍ଭିସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଉପ ଜିଲ୍ଲାପାଳ ହୋଇଥିଲେ। ୧୦ ବର୍ଷ ଧରି ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ୨୦୧୫ରେ ତାଙ୍କୁ ଶ୍ରେଷ୍ଠ ଉପ ଜିଲ୍ଲାପାଳ ଭାବେ ପୁରସ୍କୃତ କରାଯାଇଥିଲା। ୨୦୧୭ ତାଙ୍କର ପ୍ରମୋସନ ହୋଇଥିଲା। ୨ ବର୍ଷ କେରଳରେ ହାଉସିଂ କମିସନର ଭାବେ କାର୍ଯ୍ୟ କରିବା ପରେ ସେ ଜିଲ୍ଲାପାଳ ହୋଇଥିଲେ। କେରଳର କୋଲ୍ଲଢ଼ ଜିଲ୍ଲାରେ ତାଙ୍କର ପୋଷ୍ଟିଂ ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28 ° C
    28 °
    28 °
    69 %
    1.4kmh
    4 %
    Mon
    25 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ