Monday, October 12, 2026
28.9 C
Odisha

    କାକଟପୁର ମା’ମଙ୍ଗଳାଙ୍କ ମନ୍ଦିରରେ ଲାଗି ହେଲା ଆମିଷ ଭୋଗ, ସ୍ଵତନ୍ତ୍ର ଚୁଲିରେ ହେଲା ପ୍ରସ୍ତୁତ

    ଆଗକୁ ପଢନ୍ତୁ

    କାକଟପୁର : କାକଟପୁର ମା’ ମଙ୍ଗଳାଙ୍କ ମନ୍ଦିରରେ ଲାଗି ହେଲା ଆମିଷ ଭୋଗ । ପାର୍ବଣ ପୂଜା ଅବସରରେ ପୁରୀ ଜିଲ୍ଲା କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ମନ୍ଦିରରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ପରମ୍ପରା ଅନୁଯାୟୀ ମା’ଙ୍କ ରୋଷ ଘରେ ଏକ ସ୍ଵତନ୍ତ୍ର ଚୁଲିରେ ଆମିଷ ଭୋଗ ପ୍ରସ୍ତୁତ କରାଯାଇଥାଏ ।

    ମା’ଙ୍କ ସୁଆର ସେବକ ମଙ୍ଗଳା ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଯୋଗାଇ ଦିଆଯାଇଥିବା ମାଛକୁ ଭାଜି ଏକ ପିତଳ ଥାଳିରେ ରଖାଇଥାନ୍ତି । ପରେ ମୁହଁରେ କପଡା ବାନ୍ଧି ମାଛ ଭୋଗକୁ ହାତରେ ଧରି ରୋଷ ଘରରୁ ସିଧା ଗର୍ଭଗୃହକୁ ନେଇଥାନ୍ତି। ସେଠାରେ ପୂଜାପଣ୍ଡା ମଙ୍ଗଳାଙ୍କ ପାଦ ନିକଟରେ ରହିଥିବା ବନଦୂର୍ଗାଙ୍କ ଉଦ୍ଦେଶ୍ୟରେ ସମର୍ପଣ କରିଥାନ୍ତି । ପରେ ସୁଆର ସେବକ ସେହି ମାଛ ଭୋଗକୁ ନେଇ ରୋଷ ଘରକୁ ଫେରି ଆସିଥାନ୍ତି । ଏହି ପରମ୍ପରା ଆବାହମାନ ସମୟରୁ ପ୍ରଚଳନ ହୋଇ ଆସୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.8kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ