Monday, October 12, 2026
28.9 C
Odisha

    ଦିଲ୍ଲୀ ମେଟ୍ରୋ ଯାତ୍ରୀଙ୍କୁ ବଡ଼ ଝଟକା, ୬ଟି ଷ୍ଟେସନରେ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ

    ଆଗକୁ ପଢନ୍ତୁ

     

    ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବା ପୂର୍ବରୁ ସାବଧାନ । ଆଜି ସକାଳ ୬ଟାରୁ ୬ଟି ମେଟ୍ରୋ ଷ୍ଟେସନରେ ଯାତ୍ରୀଙ୍କ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ରଖାଯାଇଛି । DMRC ପକ୍ଷରୁ ଜାରି ସର୍ଭିସ୍ ଅପଡେଟ୍ ଅନୁଯାୟୀ, ଏହି କଟକଣା ଅପରାହ୍ନ ୪ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ତେବେ ଆସନ୍ତୁ ଜାଣିବା କେଉଁ ୬ଟି ଷ୍ଟେସନ ବନ୍ଦ ରହିଛି ।

    ୧) ପଟେଲ ଚୌକ୍

    ୨) ଜନପଥ

    ୩) ରାଜୀବ ଚୌକ୍

    ୪) ମଣ୍ଡି ହାଉସ୍

    ୫) ସେଣ୍ଟ୍ରାଲ ସେକ୍ରେଟାରିଏଟ୍

    ୬) ବାରାଖମ୍ବା ରୋଡ୍

    ଏହି ଷ୍ଟେସନଗୁଡ଼ିକରେ ଯାତ୍ରୀମାନେ ପ୍ରବେଶ କିମ୍ବା ବାହାରକୁ ଯାଇପାରିବେ ନାହିଁ । ତେବେ ଗୋଟିଏ ମେଟ୍ରୋ ଲାଇନରୁ ଅନ୍ୟ ଲାଇନକୁ ଯିବା ପାଇଁ ଇଣ୍ଟରଚେଞ୍ଜ୍ ସୁବିଧା ଜାରି ରହିବ । ପରିସ୍ଥିତିର ସମୀକ୍ଷା କରି ସୁରକ୍ଷା ଏଜେନ୍ସିଗୁଡ଼ିକ ପରବର୍ତ୍ତୀ ନିଷ୍ପତ୍ତି ନେବେ । ତେଣୁ ଯାତ୍ରୀମାନେ ଘରୁ ବାହାରିବା ପୂର୍ବରୁ ନିଜ ଯାତ୍ରା ମାର୍ଗ ସମ୍ପର୍କରେ ସୂଚନା ନେବା ଜରୁରୀ । ବର୍ତ୍ତମାନ ଜାଣିବା ଏହି କଟକଣା ଲାଗୁ ହୋଇଛି କାହିଁକି?

    ଆଜି ଦିଲ୍ଲୀରେ ବିରୋଧୀ INDIA ମେଣ୍ଟର ପ୍ରତିବାଦ କାର୍ଯ୍ୟକ୍ରମ ରହିଛି । ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା SIR ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳଗୁଡ଼ିକ ଆନ୍ଦୋଳନକୁ ଓହ୍ଲାଇବାକୁ ଯୋଜନା କରିଛନ୍ତି । ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ‘ଚଲୋ ଦିଲ୍ଲୀ’ ଆହ୍ୱାନ ଦେଇଛନ୍ତି । ଯୋଜନା ଅନୁଯାୟୀ, ଆଜି ସନ୍ଧ୍ୟାରେ INDIA ମେଣ୍ଟର ନେତାମାନେ ସୁପ୍ରିମକୋର୍ଟ ଅଭିମୁଖେ ମାର୍ଚ୍ଚ କରିବେ । ତେବେ ପ୍ରଧାନ ବିଚାରପତିଙ୍କୁ ଭେଟିବା ପାଇଁ ସମୟ ମିଳିନଥିବା ନେଇ ସୂତ୍ରରୁ ସୂଚନା ମିଳିଛି ।

    ଅନ୍ୟପଟେ, ନୂଆଦିଲ୍ଲୀ ଅଞ୍ଚଳରେ ଭାରତୀୟ ନ୍ୟାୟ ସଂହିତାର ଧାରା ୧୬୩ ଲାଗୁ ହୋଇଥିବାରୁ ପ୍ରତିବାଦକୁ ନେଇ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଛି । କଟକଣା ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ପୋଲିସ କହିଛି । ଏହି ସମୟରେ କକ୍ରୋଚ୍ ଜନତା ପାର୍ଟି ବା CJP ମଧ୍ୟ ନିଜ ଦାବିକୁ ନେଇ ପ୍ରତିବାଦ ଜାରି ରଖିବାକୁ ଯୋଜନା କରିଛି । ଦଳର ନେତାମାନେ ଆଜି ସଂସଦ ମାର୍ଗ ଥାନାକୁ ଯାଇ ଜନ୍ତରମନ୍ତରରେ ପ୍ରତିବାଦ ପାଇଁ ନୂଆ ତାରିଖ ଦେବାକୁ ପୋଲିସକୁ ଅନୁରୋଧ କରିବେ ।

    ଏହା ପୂର୍ବରୁ ଅକ୍ଟୋବର ୧୦ ତାରିଖରେ ଜନ୍ତରମନ୍ତରରେ ପ୍ରତିବାଦ ପାଇଁ CJP ଘୋଷଣା କରିଥିଲା । କିନ୍ତୁ ପୋଲିସ ଓ ପ୍ରଶାସନ ଅନୁମତି ଦେଇନଥିଲେ। ଏହାପରେ ଅଭିଜିତ ଦିପକେ, ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ପୋଲିସ ଅଟକ ରଖିଥିଲା । ପରେ ରବିବାର କେତେକ ସର୍ତ୍ତ ସହ ସେମାନଙ୍କୁ ମୁକ୍ତ କରାଯାଇଥିଲା। ତେବେ ଦିଲ୍ଲୀରେ ଆଜି ରାଜନୈତିକ ପ୍ରତିବାଦ ଓ ସୁରକ୍ଷା ବ୍ୟବସ୍ଥାକୁ ନଜରରେ ରଖି ମେଟ୍ରୋ ଯାତ୍ରୀଙ୍କ ପାଇଁ ଏହି କଟକଣା ଲାଗୁ ହୋଇଛି । ଯାତ୍ରୀମାନେ ଅସୁବିଧା ଏଡ଼ାଇବା ପାଇଁ ଯାତ୍ରା ପୂର୍ବରୁ DMRCର ସର୍ବଶେଷ ଅପଡେଟ୍ ଯାଞ୍ଚ କରନ୍ତୁ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    58 %
    1.8kmh
    0 %
    Mon
    29 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ