Sunday, November 1, 2026
22.4 C
Odisha

    BLA ର ପାକ୍ ସୈନ୍ୟ ପୋଷ୍ଟ ଏବଂ ଜାହାଜକୁ ଟାର୍ଗେଟ, ୧୩ ଯବାନ ନିହତ

    ଆଗକୁ ପଢନ୍ତୁ

    ଲାହୋର : ପାକ୍ ବେଲୁଚିସ୍ତାନ ପ୍ରାନ୍ତରେ ଥିବା ଗ୍ୱାଦର ଜିଲ୍ଲାରେ ବେଲୁଚ୍ ଲିବରେସନ୍ ଆର୍ମୀ(BLA) ବଡ ଆକ୍ରମଣ କରିଛି । ଏଥିରେ ପାକ୍ ସୈନ୍ୟ ପୋଷ୍ଟ ଏବଂ ଛୋଟ ଜାହାଜକୁ ଟାର୍ଗେଟ୍ କରାଯାଇଛି । ଏଥିରେ ୧୩ ଜଣ ପାକ୍ କୋଷ୍ଟ୍ ଗାର୍ଡଙ୍କ ମୃତ୍ୟୁ ହୋଇଥିବା ବିଏଲଏ ଦାବି କରିଛି।, ବିଏଲଏର ନୌସେନା ହମ୍ମାଲ ମ୍ୟାରିଟାଇମ୍ ଡିଫେନ୍ସ ଫୋର୍ସ ଏହି ଆକ୍ରମଣ କରିଛି ।

    ଅକ୍ଟୋବର ୧୧ ତାରିଖରେ ବିଏଲଏ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ପାକିସ୍ତାନର ଦୁଇଟି ଜାହାଜକୁ ଟାର୍ଗେଟ୍ କରାଯାଇଛି । ଏଥିରେ ଥିବା ୧୩ ପାକ୍ କୋଷ୍ଟ୍ ଗାର୍ଡ୍ ପ୍ରାଣ ହରାଇଛନ୍ତି । ଆକ୍ରମଣରେ ଜାହାଜର ଭୟଙ୍କର କ୍ଷତି ହୋଇଛି ।

    ବିଏଲଏ ମୁଖପାତ୍ର ଜିୟାନ୍ଦ ବଲୋଚ ଦାବି କରିଛନ୍ତି କି, ଆକ୍ରମଣରେ ପାକିସ୍ତାନ କୋଷ୍ଟଗାର୍ଡର ୨ଟି ଜାହାଜ ଉପରେ ଟାର୍ଗେଟ କରାଯାଇଥିଲା । ଏଥିରେ ୧୩ ଜଣ ଯବାନଙ୍କ ଜୀବନ ଚାଲିଯାଇଛି । ସେମାନେ ୨୦୨୬ ଏପ୍ରିଲ ୧୩ ତାରିଖରେ ନିଜର ନୌସେନା ପ୍ରତିଷ୍ଠା କରିଥିଲେ । ପ୍ରଥମେ ସେମାନେ ପାକିସ୍ତାନ ନୌସେନାର ଏକ ପାଟ୍ରୋଲିଂ ଡଙ୍ଗାକୁ ଟାର୍ଗେଟ୍ କରିଥିଲେ । ଏଥିରେ ୩ ପାକ୍ ଯବାନ ନିହତ ହୋଇଥିଲେ ।

    ଏହି ୟୁନିଟ୍ କୋଷ୍ଟାଲ ଅଞ୍ଚଳରେ ସୁରକ୍ଷା ଏବଂ ପାକିସ୍ତାନୀ ସିକ୍ୟୁରିଟି ଫୋର୍ସର ମୁଭମେଣ୍ଟକୁ ରୋକିବା ପାଇଁ କାମ କରିଥାଏ । ବିଏଲଏ କହିଛନ୍ତି କି, ଅପରେସନ ବିଷୟରେ ସମସ୍ତ ସୂଚନା ସୋସିଆଲ ମିଡିଆରେ ସେୟାର କରାଯାଇଛି ।

    ସୂଚନାଯୋଗ୍ୟ, ଗ୍ୱାଦର ବନ୍ଦର ବେଲୁଚିସ୍ତାନର ଦକ୍ଷିଣରେ ରହିଛି । ଏହାକୁ ନେଇ ଅନେକ ଦିନ ଧରି ବିବାଦ ଲାଗି ରହିଛି । ଚୀନ୍ ଏହାକୁ ବିଆରଆଇ ପ୍ରକଳ୍ପର ଅଂଶ ଭାବେ ସ୍ଥାନ ଦେଇଛି । ଏଠାରୁ ସିଧା ଆରବ ସାଗରକୁ ଯାଇ ହେବ । କିନ୍ତୁ ବେଲୁଚିସ୍ତାନର ଲୋକେ ଏହାକୁ ବିରୋଧ କରୁଛନ୍ତି । ଏହା ସେମାନଙ୍କ ହିତ ପାଇଁ ନୁହେଁ ବୋଲି ବିଏଲଏ ଲଗାତାର ଭାବେ ଦାବି କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.4 ° C
    22.4 °
    22.4 °
    96 %
    1.4kmh
    31 %
    Sun
    22 °
    Mon
    24 °
    Tue
    29 °
    Wed
    26 °
    Thu
    25 °

    ସମ୍ବନ୍ଧିତ