Monday, April 6, 2026
25.5 C
Odisha

    ପିଓକେ ଲୋକ ଭାରତରେ ଯୋଗ ଦିଅନ୍ତୁ : ରାଜନାଥ

    ଆଗକୁ ପଢନ୍ତୁ

    କଂଗ୍ରେସ-ଏନସି ମେଣ୍ଟ କହିଛି ଯେ ସେମାନେ ଧାରା ୩୭୦ ପୁଣି ଲାଗୁ କରିବେ, କିନ୍ତୁ ଯେପର୍ଯ୍ୟନ୍ତ ବିଜେପି ଅଛି, ସେପର୍ଯ୍ୟନ୍ତ କେହି ଏହା କରିପାରିବେ ନାହିଁ। ଜମ୍ମୁ-କଶ୍ମୀରରେ ସ୍ଥିତି ବଦଳିଯାଇଛି, ଯୁବକଙ୍କ ପାଖରେ ଏବେ ପିସ୍ତଲ ଓ ରିଭଲଭର ବଦଳରେ ଲାପଟପ୍ ଓ କମ୍ପ୍ୟୁଟର ରହିଛି।

    କଂଗ୍ରେସ-ଏନସି ମେଣ୍ଟ କହିଛି ଯେ ସେମାନେ ଧାରା ୩୭୦ ପୁଣି ଲାଗୁ କରିବେ, କିନ୍ତୁ ଯେପର୍ଯ୍ୟନ୍ତ ବିଜେପି ଅଛି, ସେପର୍ଯ୍ୟନ୍ତ କେହି ଏହା କରିପାରିବେ ନାହିଁ। ଜମ୍ମୁ-କଶ୍ମୀରରେ ସ୍ଥିତି ବଦଳିଯାଇଛି, ଯୁବକଙ୍କ ପାଖରେ ଏବେ ପିସ୍ତଲ ଓ ରିଭଲଭର ବଦଳରେ ଲାପଟପ୍ ଓ କମ୍ପ୍ୟୁଟର ରହିଛି।
    ଦୀର୍ଘ ୧୦ ବର୍ଷ ର ବ୍ୟବଧାନ ପରେ ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ହେଉଛି। ଏଠାରେ ହେବାକୁ ଥିବା ନିର୍ବାଚନ ଉପରେ ସମଗ୍ର ଭାରତ ଓ ସମଗ୍ର ବିଶ୍ୱର ନଜର ରହିଛି । ଜମ୍ମୁ-କଶ୍ମୀରର ଲୋକମାନେ ଦୀର୍ଘ ଦିନ ଧରି ସେମାନଙ୍କ ଅଧିକାରରୁ ବଞ୍ଚିତ ହୋଇଥିଲେ। ଚଳିତ ବିଧାନସଭା ନିର୍ବାଚନରେ ପାକିସ୍ତାନରୁ ଆସିଥିବା ଶରଣାର୍ଥୀ, ଆମ ବାଲ୍ମିକି ସମ୍ପ୍ରଦାୟ ଏବଂ ସଫେଇ କର୍ମଚାରୀଙ୍କ ପରିବାରକୁ ପ୍ରଥମ ଥର ପାଇଁ ସ୍ଥାନୀୟ ସଂସ୍ଥା ନିର୍ବାଚନରେ ଭୋଟ୍ ଦେବାର ଅଧିକାର ମିଳିଛି।

    ରାଜନାଥ କହିଛନ୍ତି ଯେ ପୂର୍ବରୁ ସମଗ୍ର ଦେଶରେ ଆତଙ୍କବାଦ ସ୍ଥଳୀ ଭାବେ ପରିଚିତ ଜମ୍ମୁ-କଶ୍ମୀର ଏବେ ପର୍ଯ୍ୟଟନର ହଟସ୍ପଟ୍ ପାଲଟିଛି। ସାଢ଼େ ତିନି ଦଶନ୍ଧି ପରେ ପ୍ରଥମ ଥର ପାଇଁ ଶ୍ରୀନଗରରେ ନଜର ଆସିଛି ତାଜିଆ । ପୂର୍ବରୁ ଜମ୍ମୁରୁ ଶ୍ରୀନଗର ଯିବାକୁ ବହୁ ସମୟ ଲାଗୁଥିଲା। କିନ୍ତୁ ଏବେ ସାଢ଼େ ଚାରି ଘଣ୍ଟା ମଧ୍ୟରେ ଜମ୍ମୁ-ଶ୍ରୀନଗରରେ ପହଞ୍ଚିହେବ। ପାକିସ୍ତାନ ସରକାର ପିଓକେକୁ ବିଦେଶୀ ଭୂମି ଭାବେ ବିବେଚନା କରୁଛନ୍ତି। ନିଜେ ପାକିସ୍ତାନର ଏଏସଜି ସତ୍ୟପାଠ ଦେଇ ଏହା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    25.5 ° C
    25.5 °
    25.5 °
    65 %
    3.2kmh
    72 %
    Sun
    25 °
    Mon
    38 °
    Tue
    37 °
    Wed
    38 °
    Thu
    36 °

    ସମ୍ବନ୍ଧିତ