Monday, April 6, 2026
24.9 C
Odisha

    ଟିକାୟତଙ୍କ ଭାରତ ବନ୍ଦ ଧମକ, ଜାନୁଆରୀ ୨୬ରେ ଟ୍ରାକ୍ଟର ରାଲି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ଭାରତୀୟ କିଶାନ ୟୁନିଅନ (ବିକେୟୁ)ନେତା ରାକେଶ ଟିକାୟତ ପୁଣିଥରେ ଚାଷୀ ଆନ୍ଦୋଳନ ଧମକ ଦେଇଛନ୍ତି। ବୁଧବାର ଉତ୍ତରପ୍ରଦେଶର ମୁଜାଫରନଗରରେ ଚାଷୀ ପଞ୍ଚାୟତ ଶେଷ ହେବା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବା ସହ ଜାନୁଆରୀ ୨୬ରେ ଭାରତ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି। ସରକାରଙ୍କ ପ୍ରତିଶ୍ରୁତି ମୁତାବକ ସୁବିଧା ମିଳୁ ନଥିବା ଏବଂ ଚାଷୀଙ୍କୁ ଦୁର୍ବଳ କରିବା ପାଇଁ ସରକାର କାର୍ଯ୍ୟ କରୁଥିବାରୁ କେନ୍ଦ୍ର ସରକାରଙ୍କ ବିରୋଧରେ ପୁଣିଥରେ ଚାଷୀ ମଞ୍ଚକୁ ଓହ୍ଲାଇବେ ବୋଲି ସେ କହିଛନ୍ତି। ବୁଧବାର ଅନୁଷ୍ଠିତ ଚାଷୀ ପଞ୍ଚାୟତରେ ଆଖୁ ମୂଲ୍ୟ, ମାଗଣା ବିଦ୍ୟୁତ ଏବଂ ଏମଏସପିକୁ ନେଇ ଆଲୋଚନା ହୋଇଥିଲା । ଏହିସବୁ ପ୍ରସଙ୍ଗକୁ ନେଇ ଟିକାୟତ ସରକାରଙ୍କ ଉପରେ ବର୍ଷିଥିଲେ । ଯଦି ସରକାର ତାଙ୍କ ପ୍ରତିଶ୍ରୁତି ପୂରଣ ନ କରନ୍ତି ତେବେ ଜାନୁଆରୀ ୨୬ରେ ଟ୍ରାକ୍ଟର ପଦଯାତ୍ରା କରାଯିବ। ଏହାପରେ ମିଳିତ କୃଷକ ମୋର୍ଚ୍ଚା ପକ୍ଷରୁ ୧୬ ଫେବୃଆରୀରେ ଭାରତ ବନ୍ଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି । ଏପରିକି ସରକାର ଯାହା କହିଥିଲେ ସେହି ଅନୁସାରେ କାର୍ଯ୍ୟ ନ କଲେ ଚାଷ ମଧ୍ୟ ବନ୍ଦ କରିବାକୁ ସେ ମହାପଞ୍ଚାୟତରେ ଚାଷୀମାନଙ୍କୁ ଆହ୍ୱାନ ଦେଇଥିଲେ। ଏହା ପରେ ଅନେକ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ