Saturday, September 12, 2026
23.8 C
Odisha

    ଜନ୍ମଭୂମିରେ ବିରାଜମାନ କଲେ ରାମଲାଲା, ପ୍ରଭୁଙ୍କ ଚିତ୍ତାକର୍ଷକ ହସ ଓ ଅଲୌକିକ ରୂପ ଦେଖୁଛି ସାରା ବିଶ୍ବ

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ଯେଉଁ ମୁହୂର୍ତ୍ତକୁ ଅଗଣିତ ଭକ୍ତ ବହୁବର୍ଷ ଧରି ଅପେକ୍ଷା କରି ରହିଥିଲେ ତାହାର ଅନ୍ତ ହୋଇଛି। ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମ ମନ୍ଦିରର ଗର୍ଭଗୃହରେ ପ୍ରତିଷ୍ଠା ହୋଇଛନ୍ତି ଶ୍ରୀରାମ ଲଲା । ଶୁଭ ମୁହୂର୍ତ୍ତରେ ମନ୍ତ୍ରପାଠ ସହ ହୋଇଛି ପ୍ରଭୁଙ୍କ ପ୍ରତିଷ୍ଠା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯଜମାନ ଭାବେ ଏହା ସମ୍ପନ୍ନ କରିଛନ୍ତି । ଗର୍ଭଗୃହରେ ପ୍ରାଣ ପ୍ରତିଷ୍ଠା ପରେ ରାମଲାଲା ଚିତ୍ତାକର୍ଷକ ହସ ଓ ଅଲୌକିକ ରୂପକୁ ସାରା ବିଶ୍ବ ଦେଖୁଛି। ଗର୍ଭଗୃହରେ ସୁନା ବେଶରେ ରାମଲଲାଙ୍କ ମନୋରମ ମୂର୍ତ୍ତି ମନ ମୋହୁଛି। ପ୍ରଧାନମନ୍ତ୍ରୀ ପ୍ରଥମେ ପବିତ୍ର ସରଯୁ ନଦୀରେ ସ୍ନାନ ତର୍ପଣ ପରେ ପୂର୍ବ ଦିଗରେ ମନ୍ଦିର ମଧ୍ୟକୁ ପ୍ରବେଶ କରିବା ପରେ ପ୍ରାଣ ପ୍ରତିଷ୍ଠା ରୀତିନୀତି ଅରମ୍ଭ ହୋଇଥିଲା। ଆରଏସଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ଆନନ୍ଦି ବେନ୍ ମଧ୍ୟ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ସମୟରେ ଉପସ୍ଥିତ ରହିଥିଲେ।

    ସେପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ସାରା ଅଯୋଧ୍ୟା ସହର ରାମମୟ ହୋଇପଡ଼ିଛି। ହଜାର ହଜାର ହଜାର ଭକ୍ତଙ୍କ ସହ ସାଧୁ, ସନ୍ଥ, ଆଚାର୍ଯ୍ୟ ଏବଂ ପୁରୋହିତଙ୍କ ସମେତ ଆମନ୍ତ୍ରିତ ଅତିଥିମାନେ ଏହି ଉତ୍ସବରେ ଉପସ୍ଥିତ ରହିଛନ୍ତି। ପ୍ରଭୁ ଶ୍ରୀରାମଙ୍କ ସ୍ବାଗତ ପାଇଁ କ୍ବିଣ୍ଟାଲ, କ୍ବିଣ୍ଟାଲ ଫୁଲ, ଆଲୋକମାଳାରେ ସୁସଜିତ ହୋଇଛି ଅଯୋଧ୍ୟା ନଗରୀ। ରାମନାମ ମନ୍ତ୍ରରେ ପ୍ରତିଧ୍ବନିତ ହେବା ସହ ଜୟ ଶ୍ରୀରାମ ନାରାରେ ପ୍ରକମ୍ପିତ ହୋଇଛି। ଦେଶ ତଥା ବିଦେଶର ବହୁ ବଡ ବ୍ୟକ୍ତିତ୍ୱ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି । ସେମାନେ ସମସ୍ତେ ରାମଲଲାଙ୍କ ଆଗରେ ନତମସ୍ତକ ହୋଇଛନ୍ତି। ଏହା ସହିତ ସମଗ୍ର ବିଶ୍ୱ ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟିଛି। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୮୪ସେକେଣ୍ଡର ଶୁଭ ସମୟ ୧୨ଟା ୨ରୁ ଆରମ୍ଭ ହୋଇ ୧୨ଟା ୩୦ ମିନିଟ ୩୨ ସେକେଣ୍ଡ ପର୍ଯ୍ୟନ୍ତ ଥିଲା। ଏହି ସମୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.8 ° C
    23.8 °
    23.8 °
    97 %
    1.7kmh
    98 %
    Fri
    24 °
    Sat
    25 °
    Sun
    29 °
    Mon
    31 °
    Tue
    31 °

    ସମ୍ବନ୍ଧିତ