Sunday, October 4, 2026
29.6 C
Odisha

    ଜାନୁଆରି ୨୨ ଅପରାହ୍ଣ ୧୨.୨୦ରେ ରାମଲଲ୍ଲାଙ୍କ ପ୍ରାଣ ପ୍ରତିଷ୍ଠା : ଚମ୍ପତ ରାୟ

    ଆଗକୁ ପଢନ୍ତୁ

    ଅଯୋଧ୍ୟା: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ସୋମବାର ଘୋଷଣା କରିଛନ୍ତି ଯେ ଜାନୁଆରୀ ୨୨ ତାରିଖ ଅପରାହ୍ନ ୧୨ଟା ୨୦ରେ ପ୍ରାଣ ପ୍ରତିଷ୍ଠା ସମାରୋହ ଅନୁଷ୍ଠିତ ହେବ। ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାୟ କହିଛନ୍ତି ଯେ ଜାନୁଆରୀ ୨୨ ତାରିଖ ମଧ୍ୟାହ୍ନ ୧୨ଟା ୨୦ରେ ପ୍ରାଣ ପ୍ରତିଷ୍ଠା ଆରମ୍ଭ ହୋଇ ଅପରାହ୍ନ ୨ଟାରେ ଶେଷ ହେବ।

    ଜାନୁଆରୀ ୧୬ତାରିଖରୁ ଧାର୍ମିକ ରୀତିନୀତି ଆରମ୍ଭ ହୋଇ ଜାନୁଆରି ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଜାନୁଆରି ୨୨ ତାରିଖ ଅପରାହ୍ଣରେ ‘ପ୍ରାଣ ପ୍ରତିଷ୍ଠା’ ସମାରୋହ ଅନୁଷ୍ଠିତ ହେବ। ‘ପ୍ରାଣ ପ୍ରତିଷ୍ଠା’ ହେବାକୁ ଥିବା ଏହି ମୂର୍ତ୍ତି ପଥରରେ ନିର୍ମିତ ହେବ ଏବଂ ଏହାର ଓଜନ ପ୍ରାୟ ୧୫୦-୨୦୦ କିଲୋଗ୍ରାମ ହେବ ବୋଲି ଅନୁମାନ କରାଯାଉଛି। ଜାନୁଆରୀ ୧୮ ତାରିଖରେ ମନ୍ଦିରର ଗର୍ଭଗୃହରେ ଏହାର ସ୍ଥାନରେ ମୂର୍ତ୍ତି ସ୍ଥାପନ କରାଯିବ।

    ଚମ୍ପତ ରାୟ କହିଛନ୍ତି ଯେ ଭଗବାନ ରାମଙ୍କ ମୂର୍ତ୍ତି ୫ ବର୍ଷର ଶିଶୁ ରୂପରେ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି, ରାମ ମନ୍ଦିର ରୀତିନୀତିରେ ୧୨୧ ଜଣ ଆଚାର୍ଯ୍ୟ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସରସଂଘଚାଳକ ମୋହନ ଭାଗବତ, ଉତ୍ତରପ୍ରଦେଶ ରାଜ୍ୟପାଳ ଆନନ୍ଦୀବେନ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ମହନ୍ତ ନୃତ୍ୟ ଗୋପାଳ ଦାସ ମହାରାଜ, ସମସ୍ତ ଟ୍ରଷ୍ଟି, ୧୫୦ରୁ ଅଧିକ ପରମ୍ପରାର ସାଧୁ,୫୦ରୁ ଅଧିକ ଆଦିବାସୀ ଜନଜାତିଙ୍କ ପ୍ରତିନିଧି ଯୋଗ ଦେବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ