Saturday, July 27, 2024
24.5 C
Odisha

    ରାମଲାଲାଙ୍କ ଭାଇରାଲ ଫଟୋକୁ ନେଇ ପ୍ରଶ୍ନ ଉଠାଇଲେ ମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ

    ଆଗକୁ ପଢନ୍ତୁ

    ଶ୍ରୀରାମଲାଲାଙ୍କ ଫଟୋକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ । ପଣ୍ଡିତ ସତ୍ୟେନ୍ଦ୍ର ଦାସ ଅଭିଯୋଗ କରି କହିଛନ୍ତି, ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଶ୍ରୀରାମଙ୍କ ଫଟୋ ସାର୍ବଜନୀନ ହେବା ଉଚିତ୍ ନୁହେଁ । ଯେଉଁ ଫଟୋଟି ଭାଇରାଲ ହେଉଛି ତାହା ରାମଲାଲାଙ୍କ ହୋଇ ନଥିବ । ଯଦି ଭାଇରାଲ ଫଟୋଟି ରାମଲାଲାଙ୍କର ତାହାଲେ କିଏ ଓ କେମିତି ଫଟୋ ଭାଇରାଲ କଲା ଏହାର ତଦନ୍ତ ହେବା ଜରୁରୀ । ବିଧି ଅନୁସାରେ ପ୍ରାଣପ୍ରତିଷ୍ଠା ପୂର୍ବରୁ କୌଣସି ପ୍ରତିମାଙ୍କ ମୁଖରୁ ପଟ୍ଟି ଉଠାଯାଏ ନାହିଁ । ଗର୍ଭଗୃହରେ ମଧ୍ୟ ଶ୍ରୀରାମଙ୍କ ମୁଖରେ ପଟ୍ଟି ରହିଛି । ଭାଇରାଲ ହେଉଥିବା ଫଟୋ ପୂର୍ବରୁ ନିଆଯାଇଛି ନଚେତ୍, ଶ୍ରୀରାମଲାଲାଙ୍କ ପ୍ରକୃତ ଫଟୋ ନୁହେଁ ବୋଲି କହିଛନ୍ତି ରାମମନ୍ଦିର ଟ୍ରଷ୍ଟ ମୁଖ୍ୟ ପୂଜକ ସତୈନ୍ଦ୍ର ଦାସ । ଗତକାଲି ଠାରୁ ଶ୍ରୀରାମଲାଲାଙ୍କ ଅନେକ ଫଟୋ ସାମ୍ନାକୁ ଆସୁଛି । କିଛି ଫଟୋରେ ରାମଲାଲାଙ୍କ ମୁଖରେ ପଟ୍ଟି ପଡିଥିବାବେଳେ ଆଉ ଏକ ଫଟୋରେ ସମ୍ପୂର୍ଣ୍ଣ ଭଗବାନଙ୍କ ବାଳ ସ୍ୱରୂପକୁ ଦେଖି ହେଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.5 ° C
    24.5 °
    24.5 °
    97 %
    2.6kmh
    100 %
    Fri
    24 °
    Sat
    25 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ