Saturday, July 27, 2024
24.8 C
Odisha

    ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପଂକଜ ଚୈଧୁରୀ । ଋଣ ସଂପ୍ରସାରଣ ମେଳାର ଉଦଘାଟନ

    ଆଗକୁ ପଢନ୍ତୁ

    ଦୁଇ ଦିନିଆ ସମ୍ବଲପୁର ଗସ୍ତରେ କେନ୍ଦ୍ରମନ୍ତ୍ରୀ ଧେର୍ମନ୍ଦ୍ର ପ୍ରଧାନ । ରୁଣ ସମ୍ପ୍ରସାରଣ ମେଳାରେ ଯୋଗ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ । ପ୍ରାୟ ୭୧ ହଜାର ଲୋକଙ୍କୁ ରୁଣ ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏମଏସଏମଇ, ମାଇକ୍ରୋ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଅଭିବୃଦ୍ଧି ନେଇ କେନ୍ଦ୍ର ସରକାର ପକ୍ଷରୁ ଏହି ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମରେ ସରକାରୀ ରୁଣର ପ୍ରାଧାନ୍ୟ ବିଷୟରେ ବଖାଣିଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ । ଏଥିସହ ପିଏମ୍ ମୁଦ୍ରା, ପିଏମ୍ ସ୍ୱନିଧି, ପିଏମଇଜିପି, କେସିସି, ଷ୍ଟାଣ୍ଡ ଅପ୍ ଇଣ୍ଡିଆ, ଶିକ୍ଷା ଓ ଗୃହ ରୁଣ ସହି ବିଭିନ୍ନ ପ୍ରକାର ରୁଣ ଲୋକଙ୍କୁ ପ୍ରଦାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧନ । ଏହାଦ୍ୱାରା କ୍ଷୁଦ୍ର ଉଦ୍ୟୋଗକୁ ମିଳିବ ବଡ ପ୍ରୋତ୍ସାହନ । ଏହି କାର୍ଯ୍ୟକ୍ରମ ପରେ ଧନକଉଡାରେ ଏନଏସଡିସି ପକ୍ଷରୁ ଆୟୋଜିତ କୌଶଳ ମହୋତ୍ସବକୁ ବି ଉଦ୍ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.8 ° C
    24.8 °
    24.8 °
    96 %
    1.2kmh
    100 %
    Sat
    26 °
    Sun
    27 °
    Mon
    30 °
    Tue
    30 °
    Wed
    25 °

    ସମ୍ବନ୍ଧିତ