Monday, July 7, 2025
24.4 C
Odisha

    ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା

    ଆଗକୁ ପଢନ୍ତୁ

    ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରୁଛି । କଥିତ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା କରିବାକୁ ରାଞ୍ଚୀରେ ଥିବା ତାଙ୍କ ବାସଭବନରେ ପହଂଚି ଜେରା କରିଛି । ରାଞ୍ଚୀର ବରିଷ୍ଠ ପୋଲିସ ଅଧିକ୍ଷକ ଚନ୍ଦନ କୁମାର ସିହ୍ନାଙ୍କ କହିବା ମୁତାବକ ହେମନ୍ତଙ୍କ ବାସଭବନ ବାହାରେ ୧ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି । ଋାଞ୍ଚୀ ପ୍ରଶାସନ ତରଫରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛି । ଇଡି ତରଫରୁ ଜାନୁଆରୀ ୧୩ ତାରିଖରେ ହେମନ୍ତ ସୋରେନଙ୍କୁ ଏକ ନୋଟିସ କରିଥିଲା । ଏଥିରେ କୁହାଯାଇଥିଲା କି, ଜାନୁଆରୀ ୧୬ ରୁ ୨୦ ତାରିଖ ମଧ୍ୟରେ ତାଙ୍କୁ ଜେରା କରିବାକୁ ଇଡି ଅଧିକାରୀମାନେ ବାସଭବନରେ ପହଂଚିବେ । ଏହାର ଜବାବରେ ସୋରେନ କହିଥିଲେ କି ୨୦ ତାରିଖରେ ତାଙ୍କ ବାସଭବନରେ ପହଂଚି ତାଙ୍କ ବୟାନ ରେକର୍ଡ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.4 ° C
    24.4 °
    24.4 °
    86 %
    2.2kmh
    100 %
    Sun
    24 °
    Mon
    27 °
    Tue
    24 °
    Wed
    27 °
    Thu
    25 °

    ସମ୍ବନ୍ଧିତ