Saturday, June 13, 2026
38.7 C
Odisha

    ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା

    ଆଗକୁ ପଢନ୍ତୁ

    ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜେରା କରୁଛି । କଥିତ ଜମି ଦୁର୍ନୀତି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜେରା କରିବାକୁ ରାଞ୍ଚୀରେ ଥିବା ତାଙ୍କ ବାସଭବନରେ ପହଂଚି ଜେରା କରିଛି । ରାଞ୍ଚୀର ବରିଷ୍ଠ ପୋଲିସ ଅଧିକ୍ଷକ ଚନ୍ଦନ କୁମାର ସିହ୍ନାଙ୍କ କହିବା ମୁତାବକ ହେମନ୍ତଙ୍କ ବାସଭବନ ବାହାରେ ୧ ହଜାରରୁ ଅଧିକ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଛି । ଋାଞ୍ଚୀ ପ୍ରଶାସନ ତରଫରୁ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ୩ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରିଛି । ଇଡି ତରଫରୁ ଜାନୁଆରୀ ୧୩ ତାରିଖରେ ହେମନ୍ତ ସୋରେନଙ୍କୁ ଏକ ନୋଟିସ କରିଥିଲା । ଏଥିରେ କୁହାଯାଇଥିଲା କି, ଜାନୁଆରୀ ୧୬ ରୁ ୨୦ ତାରିଖ ମଧ୍ୟରେ ତାଙ୍କୁ ଜେରା କରିବାକୁ ଇଡି ଅଧିକାରୀମାନେ ବାସଭବନରେ ପହଂଚିବେ । ଏହାର ଜବାବରେ ସୋରେନ କହିଥିଲେ କି ୨୦ ତାରିଖରେ ତାଙ୍କ ବାସଭବନରେ ପହଂଚି ତାଙ୍କ ବୟାନ ରେକର୍ଡ କରିପାରିବେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.7 ° C
    38.7 °
    38.7 °
    28 %
    2.4kmh
    74 %
    Sat
    39 °
    Sun
    41 °
    Mon
    41 °
    Tue
    42 °
    Wed
    42 °

    ସମ୍ବନ୍ଧିତ