Thursday, March 19, 2026
30.4 C
Odisha

    କଂଗ୍ରେସର ନିଆରା ବିବାହ ଆୟୋଜନ: ବିଜେପି ବରକୁ ବିଜେଡି କନିଆ

    ଆଗକୁ ପଢନ୍ତୁ

    ରାୟଗଡା: ରାୟଗଡା ଠାରେ ଏକ ନିଆରା ବାହାରର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ବାହାରକୁ ଆୟୋଜନ କରିଥିଲା କଂଗ୍ରେସ। ଦୁଇ ଜଣ କର୍ମୀ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନାମରେ ମୁଖାପିନ୍ଧି ବର ଓ କନିଆ ସାଜିଥିଲେ। ବାହାଘରଟି କଂଗ୍ରେସ ଭବନରେ ହୋଇଥିଲା। ବାହାଘରେ ଯେପରି ରୀତିନୀତିରେ ବାହାଘର ହୁଏ ଏଠାରେ ମଧ୍ୟ ମନ୍ତ୍ର ଉଚ୍ଚାରଣ ସହ ସମସ୍ତ ପାରଂପାରିକ ରୀତିନୀତି ଅବଲମ୍ବନ କରାଯାଇଥିଲା। କଂଗ୍ରେସର କିଛି କର୍ମୀ ବରଯାତ୍ରୀ ଆସିଥିବା ବେଳେ ଆଉ କିଛି ଲୋକ କନ୍ୟା ସଜାଇ ଆଣିଥିଲେ। ଏହାର ମୁଖ୍ୟ ପୁରୁଧା ଥିଲେ ସାଂସଦ ସପ୍ତଗିରି ଉଲାକା। ବାହାଘର ବେଳେ ଡିଜେ ବାଜାରେ କମ୍ପିଥିଲା କଂଗ୍ରେସ ଭବନ। ଶତାଧିକ ଲୋକଙ୍କ ପାଇଁ ଭୋଜିର ଆୟୋଜନ ମଧ୍ୟ ହୋଇଥିଲା। ଏହି ବାହାଘର କିନ୍ତୁ ସତସତିକା ନଥିଲା। କଂଗ୍ରେସର କଟାକ୍ଷ ଥିଲା। ବିଜେଡି ଏବଂ ବିଜେପି ବାହାରେ ଗାଳିଗୁଲଜ ଜଣେ ଅନ୍ୟ ଜଣକୁ କରୁଥିଲେ ମଧ୍ୟ ଭିତରେ ସବୁ ସାଲିସ ଚାଲିଥିବା କଂଗ୍ରେସ କହିଥିଲା। ଉଦାହରଣ ସ୍ବରୂପ ଦୁଇ ଜଣ ରାଜ୍ୟସଭା ପ୍ରାର୍ଥୀ ବିଜେଡିର ଘୋଷଣା କରିଥିଲେ ମଧ୍ୟ ଜଣକୁ ବିଜେପିର ସମର୍ଥନ କରିଥିଲା। ଏହା କଣ ଚାଲିଛି ବୋଲି କଂଗ୍ରେସ କହିଥିଲେ। ଯଦି ବିଜେଡି ଓ ବିଜେପି ମଧ୍ୟରେ ସଂପର୍କ ନାହିଁ ତ ଏହି ସମର୍ଥନ କଣ ସଂପର୍କକୁ ସୂଚାଉ ନାହିଁକି ବୋଲି ପ୍ରଶ୍ନ କରିଥିଲେ।
    କାର୍ଯ୍ୟକ୍ରମରେ ସପ୍ତଗିରି ଉଲାକା ଆଜିର ମୁଖ୍ୟ ଅତିଥି ଥିଲେ। ନିଜେ ସପ୍ତଗିରି ଉଲାକା ଡିଜେ ବାଜାରେ ଝୁମିଥିଲେ। ଗତକାଲି ଗୁଣୁପୁର ଠାରେ କଂଗ୍ରେସ ଏହି ବାହାଘର କରିଥିବା ବେଳେ ଆଜି ଏହି ବାହାଘରକୁ ଆଶାୟୀ ବିଧାୟକ ପ୍ରାର୍ଥୀ ଆପାଲ ସ୍ବାମୀ କାଡ୍ରାକା ଆୟୋଜନ କରିଥିଲେ। ଆଗାମୀ ନିର୍ବାଚନରେ ବିଜେଡି ଧରାଶାୟୀ ହେବାର ଆଶଂକା ରହିଥିବାରୁ ବିଜେପି ସହ ହାତ ମିଳାଉଥିବା କୁହାଯାଇଛି। ଲୋକଙ୍କୁ ଆଉ ଭୁଆଁ ବୁଲାଇ ପାରିବେ ନାହିଁ ବୋଲି କଂଗ୍ରେସ କହିଛି। ଆମର ଟଂକା, ବାହୁ ବଳ ନଥିଲେ ମଧ୍ୟ ଲୋକ ବଳ ରହିଛି ବୋଲି ସାଂସଦ ଶ୍ରୀ ଉଲାକା କହିଥିଲେ। ଶାସକ ଦଳଭଳି ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଆମେ ଦେବୁ ନାହିଁ। ଆମେ ଶାସନକୁ ଆସିଲେ ଲୋକଙ୍କର କି କି ବିକାଶ ହେବ ତାହା କରିକି ଦେଖାଇବୁ ବୋଲି କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.4 ° C
    30.4 °
    30.4 °
    29 %
    1.2kmh
    100 %
    Thu
    29 °
    Fri
    34 °
    Sat
    33 °
    Sun
    35 °
    Mon
    36 °

    ସମ୍ବନ୍ଧିତ