Saturday, February 22, 2025
21.7 C
Odisha

    ବନ୍ଧକମୁକ୍ତ କୃଷି ଋଣ ସୀମାକୁ ୨ ଲକ୍ଷକୁ ବୃଦ୍ଧି କଲେ ରିଜର୍ଭ ବ୍ୟାଙ୍କ

    ଆଗକୁ ପଢନ୍ତୁ

    ମୁମ୍ବାଇ: କୃଷି କ୍ଷେତ୍ରକୁ ସହାୟତା ଓ ବଢିଚାଲିଥିବା ଖର୍ଚ୍ଚର ଭରଣା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇ ବନ୍ଧକମୁକ୍ତ କୃଷିଋଣ ସୀମାକୁ ବୃଦ୍ଧି କରିଛନ୍ତି । କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏହି ଋଣ ସୀମାକୁ ବର୍ତ୍ତମାନର ୧.୬ ଲକ୍ଷରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏ ନେଇ ଆସନ୍ତା ଜାନୁଆରି ୧ରୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ବ୍ୟାଙ୍କମାନଙ୍କୁ ରିଜର୍ଭ ବ୍ୟାଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡ଼ା ଏ ନେଇ କୃଷକମାନଙ୍କ ମଧ୍ୟରେ ସଚେତନା ବୃଦ୍ଧି ପାଇଁ ମଧ୍ୟ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
    କୃଷକମାନଙ୍କ ଉପରେ ମୁଦ୍ରାସ୍ଫୀତିର ବଢିଚାଲିଥିବା ପ୍ରଭାବ ଏବଂ କୃଷି ଖର୍ଚ୍ଚ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି କୃଷକମାନଙ୍କୁ ବର୍ଦ୍ଧିତ ଆର୍ଥିକ ସୁବିଧା ପ୍ରଦାନ କରିବା ଏବଂ ବନ୍ଧକ ସମସ୍ୟା ବିନା ସେମାନଙ୍କର ପରିଚାଳନାଗତ ଏବଂ ଉନ୍ନୟନମୂଳକ ଆବଶ୍ୟକତା ପୂରଣ କରିବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ସମ୍ବଳ ସୁନିଶ୍ଚିତ କରିବା ।
    ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷିତ ମୁଦ୍ରାନୀତି ସମୀକ୍ଷାରେ ଏନେଇ ପ୍ରଥମ ଥର ପାଇଁ ଘୋଷଣା କରାଯାଇଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    61 %
    2.2kmh
    0 %
    Sat
    22 °
    Sun
    33 °
    Mon
    34 °
    Tue
    35 °
    Wed
    35 °

    ସମ୍ବନ୍ଧିତ