Saturday, October 10, 2026
22.4 C
Odisha

    ସରକାରଙ୍କୁ ସର୍ବାଧିକ ଲାଭାଂଶ ଦେବାକୁ ରିଜର୍ଭ ବ୍ୟାଙ୍କର ମଞ୍ଜୁରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ବୁଧବାର କେନ୍ଦ୍ର ସରକାରଙ୍କୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ସର୍ବାଧିକ ୨.୧୧ ଲକ୍ଷ କୋଟି ଟଙ୍କାର ଲାଭାଂଶ ପ୍ରଦାନ ପାଇଁ ଅନୁମୋଦନ କରିଛି, ଯାହା ବିତ୍ତୀୟ ନିଅଣ୍ଟକୁ ଭଲ ଭାବରେ ପରିଚାଳନା କରିବାରେ ସହାୟକ ହେବ। ୨୦୨୨-୨୩ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେନ୍ଦ୍ରକୁ ଡିଭିଡେଣ୍ଡ ବା ଅତିରିକ୍ତ ହସ୍ତାନ୍ତର ୮୭,୪୧୬ କୋଟି ଟଙ୍କା ଥିଲା। ଏହା ପୂର୍ବରୁ ୨୦୧୮-୧୯ରେ ଏହା ସର୍ବାଧିକ ୧.୭୬ ଲକ୍ଷ କୋଟି ଟଙ୍କା ଥିଲା। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ନିର୍ଦ୍ଦେଶକ ବୋର୍ଡର ୬୦୮ତମ ବୈଠକରେ ଲାଭାଂଶ ପ୍ରଦାନ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି।

    ବୋର୍ଡ; ୨୦୨୩-୨୪ ଆକାଉଣ୍ଟିଂ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ ୨,୧୦,୮୭୪ କୋଟି ଟଙ୍କାର ଅତିରିକ୍ତ ଅର୍ଥ ହସ୍ତାନ୍ତରକୁ ମଞ୍ଜୁରି ପ୍ରଦାନ କରିଛି ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ବା ବ୍ୟୟ ଓ ରାଜସ୍ୱ ମଧ୍ୟରେ ବ୍ୟବଧାନକୁ ୧୭.୩୪ ଲକ୍ଷ କୋଟି ଟଙ୍କା (ଜିଡିପିର ୫.୧ ପ୍ରତିଶତ)କୁ ନିୟନ୍ତ୍ରଣ କରିବାକୁ ଲକ୍ଷ୍ୟ ରଖିଛନ୍ତିଯ। ୨୦୨୪-୨୫ ବଜେଟରେ ରିଜର୍ଭ ବ୍ୟାଙ୍କ ଏବଂ ରାଷ୍ଟ୍ରାୟତ୍ତ ଆର୍ଥିକ ଅନୁଷ୍ଠାନରୁ ୧.୦୨ ଲକ୍ଷ କୋଟି ଟଙ୍କାର ଲାଭାଂଶ ଆୟ ହେବ ବୋଲି ସରକାର ଆକଳନ କରିଛନ୍ତି।

    ଆରବିଆଇ ବୋର୍ଡ ମଧ୍ୟ ଅଭିବୃଦ୍ଧି ଦୃଷ୍ଟିକୋଣ ପ୍ରତି ବିପଦ ସମେତ ବିଶ୍ୱ ଏବଂ ଘରୋଇ ଅର୍ଥନୈତିକ ସ୍ଥିତିର ସମୀକ୍ଷା କରିଛି।

    ବୋର୍ଡ ୨୦୨୩-୨୪ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କର କାର୍ଯ୍ୟକାରିତା ଉପରେ ଆଲୋଚନା କରିଥିଲା ଏବଂ ଗତ ଆର୍ଥିକ ବର୍ଷ ପାଇଁ ଏହାର ବାର୍ଷିକ ରିପୋର୍ଟ ଏବଂ ଆର୍ଥିକ ବିବରଣୀକୁ ଅନୁମୋଦନ କରିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.4 ° C
    22.4 °
    22.4 °
    81 %
    1.3kmh
    0 %
    Fri
    22 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ