Tuesday, March 24, 2026
35.3 C
Odisha

    ସୁଭଦ୍ରା ଯୋଜନାରେ ଓଡ଼ିଶାର ସବୁ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର୍: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ସୁଭଦ୍ରା ଯୋଜନାରେ ଓଡ଼ିଶାର ସବୁ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର କ୍ୟାସ୍ ଭାଉଚର୍। ଏନେଇ ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନା ରାଜ୍ୟ କ୍ୟାବିନେଟ  ଅନୁମୋଦନ ଲାଭ କରିବା ପରେ ଏବେ ଡ୍ରାଫ୍ଟିଙ୍ଗ ଷ୍ଟେଜରେ ଅଛି । ଆଗାମୀ ୧୦୦ ଦିନ ମଧ୍ୟରେ ନିଶ୍ଚିତ ଭାବେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ। ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ସ୍କିମ ଟଙ୍କା। ଆଗାମୀ ଦୁଇ ବର୍ଷ ଭିତରେ ଏହି ଟଙ୍କାକୁ ମହିଳାମାନେ ନିଜ ଘରର ଆବଶ୍ୟକତା ଲାଗି ବ୍ୟୟ କରିପାରିବେ।

    ଉପ ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି ଏହି ସ୍କିମକୁ ମହିଳା ମାନଙ୍କ ପାଖରେ ପହଞ୍ଚାଇବା ପାଇଁ। ଏଥିସହ ସ୍କିମ ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି ସେ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି। ଜିଏସଟି କାଉନସିଲ ବୈଠକରେ ଏନେଇ ଆଲୋଚନା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    35.3 ° C
    35.3 °
    35.3 °
    17 %
    4.1kmh
    20 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ