Friday, April 10, 2026
27.5 C
Odisha

    ଘରେ ତିଆରି କରନ୍ତୁ ଚିକେନ ତନ୍ଦୁରି

    ଆଗକୁ ପଢନ୍ତୁ

    ଆବଶ୍ୟକ ଉପକରଣ:  ଚିକେନ, ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ,ଚିକେନ ତନ୍ଦୁରି ମସଲା, ଲଙ୍କା ଗୁଣ୍ଡ, ଚିକେନ ମସଲା, ଗୋଲମରିଚ ଗୁଣ୍ଡ, କଲର ପାଉଡର, କନଫ୍ଲୋର, ଦହି, ଲେମ୍ବୁ

    ପ୍ରସ୍ତୁତି ପ୍ରଣାଳୀ-  ପ୍ରଥମେ ବଜାରରୁ କିଛି ଲେଗ୍ ପିସ୍‌ ଚିକେନ ଆଣି ଦିଅନ୍ତୁ। ତାକୁ ଭଲ ଭାବରେ ଧୋଇ ଏକ ପାତ୍ରରେ ରଖନ୍ତୁ। ପରେ ସେଥିରେ ଲେମ୍ବୁ ରସ ଗୋଳାଇ କିଛି ସମୟ ରଖି ଦିଅନ୍ତୁ। ପରେ ଚିକେନ ମାରିନେଟ୍  ପାଇଁ ମସଲା ପ୍ରସ୍ତୁତ କରନ୍ତୁ। ଏକ ପାତ୍ରରେ ସ୍ୱାଦ ଅନୁସାରେ ଲୁଣ ନିଅନ୍ତୁ। ପରେ ସେଥିରେ ହଳଦୀ ଗୁଣ୍ଡ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ,ଚିକେନ ତନ୍ଦୁରି ପାଉଡର, ଲଙ୍କା ଗୁଣ୍ଡ, ଅଳ୍ପ ଚିକେନ ମସଲା, ଗୋଲମରିଚ ଗୁଣ୍ଡ, କଲର ପାଉଡର, କନଫ୍ଲୋର ପାଉଡର ଓ ଦହି ପକାଇ ମସଲାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ। ପରେ ସେହି ମସଲାକୁ ଆଣି ଲେଗ୍ ପିସ୍‌ ଚିକେନ ଚିକେନରେ ୪ରୁ ୫ ଘଣ୍ଟା ପଯ୍ୟନ୍ତ ଭଲ ଭାବରେ ମାରିନେଟ୍ କରି ରଖି ଦିଅନ୍ତୁ। ପରେ ଓଭାନରେ ଏହାକୁ ପୋଡ଼ନ୍ତୁ। ଚିକେନ ଦୁଇଟି ସାଇଡ୍ ହେଲା ପର୍ଯ୍ୟନ୍ତ ଏହାକୁ ପୋଡ଼ନ୍ତୁ। ଏହା ହୋଇଗଲା ପରେ ତାକୁ ପ୍ଲେଟକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିକେନ ତନ୍ଦୁରି। ଏହାକୁ ଆପଣ ପୁଦିନା ଚଟଣି ଓଟମାଟୋ ସସ୍‌ ଲଗାଇ ଖାଇ ପାରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.5 ° C
    27.5 °
    27.5 °
    38 %
    1.4kmh
    30 %
    Thu
    28 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ