Thursday, October 15, 2026
26.4 C
Odisha

    ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଉଦଯାପିତ: ୧୮.୫୮କୋଟି ଟଙ୍କାର ବ୍ୟବସାୟ

    ଆଗକୁ ପଢନ୍ତୁ

    ଜୟପୁର: ଦଶହରା ପଡ଼ିଆରେ ଆୟୋଜିତ ଆଂଚଳିକ କୃଷି ଯନ୍ତ୍ରପାତି ମେଳା ଶନିବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି। ଗତ ୨୬ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାରେ ୧୮କୋଟି ୫୮ଲକ୍ଷ ୭୬ହଜାର ୬୨୫ଟଙ୍କାର ବ୍ୟବସାୟ ହୋଇଛି। ମେଳାରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୭୬୧ଜଣ ଚାଷୀ ୫କୋଟି ୩୩ଲକ୍ଷ ୮୬ହଜାର ଟଙ୍କାର ସବସିଡି ପାଇବେ। ଉଦଯାପନୀ ଉତ୍ସବରେ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲେକା, ଆରଏମସି ଉପାଧ୍ୟକ୍ଷ ବାଲା ରାୟ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତି, ମାଲାକାନଗିରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଜାମି ସୂରିୟା ରାଓ ଯୋଗ ଦେଇ ଚାଷୀଙ୍କ ସହ ମହିଳା ସ୍ବୟଂସହାୟକ ଦଳ, କୃଷି ଉଦ୍ୟୋଗୀଙ୍କୁ ରାଜ୍ୟ ସରକାର ବିଭିନ୍ନ କୃଷି ଯୋଜନା, ଜୀବିକା ଆଦିରେ ସାମିଲ କରି ଚାଷୀ ଓ ମହିଳା ସ୍ବୟଂ ସହାୟକଦଳକୁ ସଶକ୍ତ କରି ସଶକ୍ତ ଓଡିଶା‌ ଗଠନ କରୁଛନ୍ତି ବୋଲି କହିଥିଲେ।
    ଏହି ଅବସରରେ ଲକ୍ଷ୍ମୀପୁର ବ୍ଲକର ଚାଷୀ ଅର୍ଜୁନ ବିଷୋଇ, ଶରତ ଜାନୀ, ସୀମା ସାଉଁତା, ଦଶମନ୍ତପୁର ବ୍ଲକର ଚାଷୀ ମୀନା ଗୌଡ଼, କୌଳାସ ଚନ୍ଦ୍ର ଖୋସ୍ଲା,ବନ୍ଧୁଗାଁ ବ୍ଲକର ନବୀନ ଚନ୍ଦ୍ର ଦେବାରାପାଲ୍ଲୀ, ରାମଣା କାଡ୍ରାକା, ଟିଲି କାଡ୍ରାକା, ପଟ୍ଟାଙ୍ଗୀ ବ୍ଲକର ସୁନିତା ପାଙ୍ଗୀ ଓ ଚୋଡ଼ିପାଲ୍ଲୀ କମୁଳୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମେଳାକୁ କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ଆତ୍ମା ପ୍ରକଳ୍ପ ନିର୍ଦ୍ଦେଶକ ତାପସ ଚନ୍ଦ୍ର ରାୟ, ପୁର୍ଣ୍ଣ ଚନ୍ଦ୍ର ବୁରୁଡ଼ି, ସ୍ମିତା ପାଢ଼ୀ, ମାନସ ପଣ୍ଡି, ନରସିଂହ ନାୟକ, ସୁଦିପ୍ତା ସୌରଭ ସାହୁ, ଦିବ୍ୟ ରଂଜନ ନାୟକ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଆଜି ବୋରିଗୁମ୍ମାର ଢ଼େମସା ସହ ରକି ଓ ଗୃପ ସହ ରାଜ୍ୟର ବିଭିନ୍ନ ସ୍ଥାନର ଓଡିଶୀ ନୃତ୍ୟାଙ୍ଗାନା ମାନେ ଓଡିଶୀ ପରିବେଷଣ କରିଥିଲେ।
    ମେଳାରେ ୨୫ଟି ଷ୍ଟଲ କରାଯାଇଥିଲା। ଅତ୍ୟାଧୁନିକ ଡ୍ରୋନରେ ସାର ଓ କୀଟନାଶକ ପ୍ରଣାଳୀ ଠାରୁ ଆରମ୍ଭ କରି ବିଭିନ୍ନ କୃଷି ଯନ୍ତ୍ରପାତି ଆଦି ବିକ୍ରୀ କରାଯାଇଥିଲା। ଏହି ୫ଦିନରେ କୋରାପୁଟ ଜିଲ୍ଲାର ୪୪୬ଟି କୃଷି ଯନ୍ତ୍ରପାତି ପାଇଁ ବୁକିଂ କରାଯାଇଥିବା ବେଳେ ମେଳାରେ ୪୧୯ଟି ପରମିଟ୍ ତିଆରି କରାଯାଇଥିବା ବେଳେ ୩୦୯ଟି ଚାଷୀଙ୍କୁ ବିତରଣ କରାଯାଇଛି। ମାଲକାନଗିରୀ ଜିଲ୍ଲାର ୧୪୧ଟି କୃଷି ଯନ୍ତ୍ରପାତି ପାଇଁ ବୁକିଂ କରାଯାଇଥିଲା। ମେଳାରେ ୫୭୭ଟି ପରମିଟ୍ ତିଆରି କରାଯାଇଥିବା ବେଳେ ୧୩୭ଟି ଚାଷୀଙ୍କୁ ବିତରଣ କରାଯାଇଛି। ନବରଙ୍ଗପୁର ଜିଲ୍ଲାର ୮୯ଟି କୃଷି ଯନ୍ତ୍ରପାତି ପାଇଁ ବୁକିଂ କରାଯାଇଥିଲା। ମେଳାରେ ୮୫ଟି ପରମିଟ୍ ତିଆରି କରାଯାଇଥିବା ବେଳେ ୧୦୩ଟି ଚାଷୀଙ୍କୁ ବିତରଣ କରାଯାଇଛି। ରାୟଗାଡା ଜିଲ୍ଲାର ୭୩ଟି କୃଷି ଯନ୍ତ୍ରପାତି ପାଇଁ ବୁକିଂ କରାଯାଇଥିଲା। ମେଳାରେ ୭୨ଟି ପରମିଟ୍ ତିଆରି କରାଯାଇଥିବା ବେଳେ ୯୧ଟି ଚାଷୀଙ୍କୁ ବିତରଣ କରାଯାଇଛି। ଏଭଳି ଏହି ମେଳାରେ ଅଭିବକ୍ତ କୋରାପୁଟ ଜିଲ୍ଲାର ୭୪୯ଟି କୃଷି ଯନ୍ତ୍ରପାତି ପାଇଁ ଓ କୋରାପୁଟ ଜିଲ୍ଲାରେ ଅଗ୍ରୋ ସର୍ଭିସ ପାଇଁ ୧୨ଟି ଏଭଳି ୭୬୧ଟିବୁକିଂ କରାଯାଇଥିଲା। ମେଳାରେ ୧୧୫୩ଟି ପରମିଟ୍ ତିଆରି କରାଯାଇଥିବା ବେଳେ ୬୪୦ଟି ଚାଷୀଙ୍କୁ ବିତରଣ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.4 ° C
    26.4 °
    26.4 °
    86 %
    1.3kmh
    75 %
    Thu
    24 °
    Fri
    29 °
    Sat
    30 °
    Sun
    24 °
    Mon
    26 °

    ସମ୍ବନ୍ଧିତ