Saturday, November 7, 2026
26 C
Odisha

    ଯୁଯୁମୁରାରେ ହାତୀ ଆକ୍ରମଣରେ ଯୁବକ ମୃତ, ଶୌଚ ପାଇଁ ଯାଉଥିବା ବେଳେ ଅଘଟଣ

    ଆଗକୁ ପଢନ୍ତୁ

    ଯୁଯୁମୁରା : ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ ଅନ୍ତର୍ଗତ କଂସର ପଞ୍ଚାୟତର ବୁଡ଼ିଆକଟା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ଖଗେଶ୍ୱର ରଣଜିତ।

    ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଖଗେଶ୍ୱର ଶୌଚ ପାଇଁ ନାଳକୁ ଯାଉଥିବା ବେଳେ ହଠାତ୍ ଏକ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ। ଏହି ସମୟରେ ହାତୀଟି ତାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଖଗେଶ୍ୱରଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସମ୍ପର୍କରେ ଖବର ପାଇ ଯୁଯୁମୁରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହି ଘଟଣା ପରେ ବୁଡ଼ିଆକଟା ଗ୍ରାମରେ ଶୋକର ଛାୟା ଖେଳିଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    62 %
    1.9kmh
    1 %
    Sat
    27 °
    Sun
    27 °
    Mon
    27 °
    Tue
    27 °
    Wed
    27 °

    ସମ୍ବନ୍ଧିତ