Thursday, July 24, 2025
30.5 C
Odisha

    ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ଓ ସାଧାରଣତନ୍ତ୍ର ଦିବସ

    ଆଗକୁ ପଢନ୍ତୁ

    ୧୯୫୦ ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହେବା ସହ ଏକ ଲିଖିତ ସମ୍ବିଧାନ କାର୍ଯ୍ୟକାରୀ ହୋଇଥିଲା । ଏହି ଦିନଟିକୁ ସାଧାରଣତନ୍ତ୍ର ଦିବସ ରୂପେ ପାଳନ କରାଯାଏ । ସାଧାରଣତନ୍ତ୍ର ଦିବସରେ ରାଷ୍ଟ୍ରପତି ରାଜଧାନୀ ଦିଲ୍ଲୀର ଲାଲକିଲ୍ଲା ଦୁର୍ଗଠାରେ ଜାତୀୟ ପତାକା ଉତ୍ତୋଳନ କରି ଭାରତୀୟ ସାମରିକ ବାହିନୀ,ଅର୍ଦ୍ଧ ସାମରିକ ବାହିନୀ,ପୁଲିସ ବାହିନୀ ଓ ଦେଶର ବିଭିନ୍ନ ଅଂଚଳରୁ ଆସିଥିବା କ୍ୟାଡେଟମାନଙ୍କଠାରୁ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରନ୍ତି । ଭାରତୀୟ ସେନା (ନୋସେନା, ସ୍ଥଳସେନା, ବାୟୁସେନା) ଓ ଅଶ୍ୱାରୋହୀ, ପଦାତିକ ଆଦି ବାହିନୀ ସେମାନଙ୍କର ଶୋଭାଯାତ୍ରାରେ ବାହାରିଥାଆନ୍ତି । ଏଥି ସହିତ ଭାରତର ବିଭିନ୍ନ ସାଂସ୍କୃତିକ ଝଲକ ବିଭିନ୍ନ ରାଜ୍ୟରୁ ଆସିଥିବା ଦଳମାନେ ପ୍ରସ୍ତୁତ କରିଥାନ୍ତି । ଏହି ପର୍ବ ପ୍ରତ୍ୟେକ ରାଜ୍ୟରେ ମଧ୍ୟ ଆୟୋଜିତ ହୋଇଥାଏ ଓ ସେଠାକାର ରାଜ୍ୟପାଳ ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.5 ° C
    30.5 °
    30.5 °
    72 %
    3kmh
    100 %
    Thu
    30 °
    Fri
    25 °
    Sat
    24 °
    Sun
    29 °
    Mon
    26 °

    ସମ୍ବନ୍ଧିତ