Friday, October 16, 2026
26.1 C
Odisha

    ଅତିଶୀଙ୍କ ମନ୍ତ୍ରିମଣ୍ଡଳର ନୂଆ ମୁହଁ ହେବେ ମୁକେଶ ଅହଲୱାଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ସେପ୍ଟେମ୍ବର ୨୧ ତାରିଖରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଆମ୍ ଆଦମୀ ପାର୍ଟି (ଆପ୍‌)ର ବରିଷ୍ଠ ନେତ୍ରୀ ଅତିଶୀ। ତେବେ ଜାଣିବାକୁ ମିଳିଛି ଯେ ଅତିଶୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ ନୂଆ ମୁହଁ ବିଧାୟକ ମୁକେଶ ଅହଲୱାଟ। ସେ ଶନିବାର ଦିନ ଅତିଶୀଙ୍କ କ୍ୟାବିନେଟର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ।
    ଦିଲ୍ଲୀର ଲ୍ୟୁଟେନାଣ୍ଟ ଗଭର୍ଣ୍ଣର ଭିକେ ସାକ୍ସେନା ସେପ୍ଟେମ୍ବର ୨୧ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଲିଖିତ ଆକାରରେ ମୁଖ୍ୟମନ୍ତ୍ରୀ-ନିଯୁକ୍ତ ଆତିଶୀଙ୍କ ଶପଥ ଗ୍ରହଣ କରିବାର ତାରିଖ ପ୍ରସ୍ତାବ ଦେଇଥିଲେ। ଆଜି ଆପ୍‌ ସ୍ପଷ୍ଟ କରିଛି ଯେ ଅତିଶୀ ଆଗାମୀ ଶନିବାର ଦିନ ଶପଥ ଗ୍ରହଣ କରିବେ।

    ସୂଚନାନୁସାରେ, ଆପ୍‌ ପ୍ରଥମେ ନିଷ୍ପତ୍ତି ନେଇଥିଲା ଯେ କେବଳ ଅତିଶୀ ଶପଥ ଗ୍ରହଣ କରିବେ। ତେବେ ପରେ ନିଷ୍ପତ୍ତି ନିଆଯାଇଛି ଯେ ତାଙ୍କ ମନ୍ତ୍ରୀ ପରିଷଦ ମଧ୍ୟ ଶପଥ ଗ୍ରହଣ କରିବେ।

    ଦୁଇ ଦିନ ତଳେ ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ତା’ପରେ ଦଳ ଅତିଶୀଙ୍କୁ ଦିଳ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରିଥିଲା। ଆଗାମୀ ମୁଖ୍ୟମନ୍ତ୍ରୀ ଭାବେ ଅତିଶୀଙ୍କ ନାମ ଘୋଷଣା ହେବା ପରେ ସେ କେଜ୍ରିୱାଲ୍‌ଙ୍କୁ ନିଜ ଗୁରୁ ବୋଲି କହିଥିଲେ।

    ସେ କହିଥିଲେ କି ‘ଦିଲ୍ଲୀର ଜଣେ ମାତ୍ର ମୁଖ୍ୟମନ୍ତ୍ରୀ, ସେ ହେଲେ କେଜ୍ରିୱାଲ୍‌। ସେ ମୋ ଗୁରୁ। ଆଗରୁ ଦିଲ୍ଳୀବାସୀଙ୍କ ପାଇଁ କାମ କରିବି। ଆଗାମୀ ନିର୍ବାଚନରେ କେଜ୍ରିୱାଲ୍‌ଙ୍କୁ ପୁଣି ଶାସନ କ୍ଷମତାକୁ ଆଣିବା ମୋର ଲକ୍ଷ୍ୟ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.1 ° C
    26.1 °
    26.1 °
    88 %
    1.4kmh
    77 %
    Fri
    24 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ