Monday, March 30, 2026
33.2 C
Odisha

    ରିଚା ଚଢ଼ା ଏବଂ ଅଲ୍ଲୀ ଫଜଲଙ୍କ ଜନ୍ମ ହେଲା ଶିଶୁକନ୍ୟା

    ଆଗକୁ ପଢନ୍ତୁ

    ବଲିଉଡ ଅଭିନେତ୍ରୀ ରିଚା ଚଢ଼ା ଏବଂ ତାଙ୍କ ଅଭିନେତା ସ୍ୱାମୀ ଅଲ୍ଲୀ ଫଜଲ ବର୍ତ୍ତମାନ ବହୁତ ଖୁସିରେ ଅଛନ୍ତି । ତେବେ ଅଭିନେତ୍ରୀ ତାଙ୍କ ପ୍ରେଗ୍ନେନ୍ସିକୁ ନେଇ ବହୁତ ଦିନ ହେବ ଚର୍ଚ୍ଚାରେ ରହଛନ୍ତି । କିଛି ଦିନ ପୂର୍ବରୁ ସେ ତାଙ୍କ ପ୍ରେଗ୍ନେନ୍ସି ଫଟୋସୁଟର ଫଟୋ ମଧ୍ୟ ସେୟାର କରିଥିଲେ । ଏହା ସହ ଲୋକଙ୍କ ଟ୍ରୋଲରୁ ରକ୍ଷା ପାଇବା ପାଇଁ ସେ କମେଣ୍ଟ ବକ୍ସ ବନ୍ଦ କରିଥିଲେ । କିନ୍ତୁ ଏବେ ଖବର ରହିଛି, ଯେ ଅଭିନେତ୍ରୀ ମା’ ହୋଇଛନ୍ତି । ରିଚା ଏବଂ ଅଲି ଫଜଲ ଏକ ଝିଅର ବାପା ଓ ମା ହୋଇଛନ୍ତି । ରିଚା ଚାଢ଼ା ଏବଂ ଅଲି ଫଜଲ ଜୁଲାଇ ୧୬ ରେ ନିଜ ଝିଅକୁ ସ୍ୱାଗତ କରିଛନ୍ତି । ତେବେ ଏହି ଖବର ଆସିବା ପରେ କପଲଙ୍କ ଫ୍ୟାନ୍ସ ବହୁତ ଖୁସି ଅଛନ୍ତି ଏବଂ ଶୁଭକାମନା ଜଣାଉଛନ୍ତି ।

    ରିଚା କିମ୍ବା ଅଲି ଫଜଲ ସୋସିଆଲ ମିଡିଆରେ ଏପର୍ଯ୍ୟନ୍ତ କୌଣସି ସୂଚନା ଦେଇନାହାଁନ୍ତି । କିନ୍ତୁ ଏହି କପଲ ମିଳିତ ଭାବେ ଏକ ମ୍ୟାସେଜ୍‌ ସେୟାର କରିଛନ୍ତି, ଯେଉଁଥିରେ ସେମାନେ ଜୁଲାଇ ୧୬ରେ ଛୋଟ ରାଜକୁମାରୀଙ୍କୁ ସ୍ୱାଗତ କରିଥିବା ଘୋଷଣା କରିଛନ୍ତି । ରିଚା ଏବଂ ଅଲି ଖୁସି ବ୍ୟକ୍ତ କରିଥିଲେ ଏବଂ ନିଜ ନିଜ ପରିବାର ମଧ୍ୟ ବହୁତ ଖୁସି ବୋଲି ସେୟାର କରିଥିଲେ ।

    ଏହି ଦମ୍ପତି ସେମାନଙ୍କ ମିଳିତ ମ୍ୟାସେଜ୍‌ରେ ସେୟାର କରିଛନ୍ତି, ‘ଆମେ ବହୁତ ଖୁସି ଯେ ଜୁଲାଇ ୧୬ ରେ ଆମ ଘରେ ଏକ ଝିଅ ଜନ୍ମ ହୋଇଛି, ଯିଏ ସମ୍ପୂର୍ଣ୍ଣ ସୁସ୍ଥ । ଆମ ପରିବାରର ସମସ୍ତେ ତାଙ୍କ ଆଗମନକୁ ନେଇ ବହୁତ ଖୁସି ଅଛନ୍ତି । ଆମେ ଆମର ଶୁଭେଚ୍ଛୁମାନଙ୍କୁ ସେମାନଙ୍କର ଭଲ ପାଇବା ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛୁ । ଏପରି ଅନେକ ପ୍ରକାରର କଥା ସେୟାର କରିଛନ୍ତି । ଯେଉଁଥିରୁ ଜଣାପଡୁଛି ଯେ ଏହି କପଲ ମା’ ଓ ବାପା ହୋଇଛନ୍ତି ।

    ରିଚା ଚାଢ଼ା ଜୁଲାଇ ୧୬ରେ ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ତାଙ୍କର କିଛି ଫଟୋ ସେୟାର କରିଥିଲେ ଯେଉଁଥିରେ ସେ ସ୍ୱାମୀ ଅଲି ଫଜଲଙ୍କ ସହ ପୋଜ୍ କରୁଥିବା ନଜର ଆସିଥିଲେ । ତାଙ୍କ ପ୍ରେଗ୍ନେନ୍ସି ଫଟୋସୁଟର ଫଟୋରେ ତାଙ୍କ ବେବି ବମ୍ପ ମଧ୍ୟ ଦେଖିବାକୁ ମିଳିଛି । ଏହି ଫଟୋ ସେୟାର ବେଳେ ସେ ଏକ ବିଶେଷ କ୍ୟାପସନ୍ ମଧ୍ୟ ଲେଖିଥିଲେ । ଏହା ସହିତ ସେ ଏହି ଫଟୋଗୁଡ଼ିକର କମେଣ୍ଟ ବକ୍ସ କାହିଁକି ବନ୍ଦ କରିଛନ୍ତି ତାହା ମଧ୍ୟ କହିଛନ୍ତି । ଫଟୋଗୁଡ଼ିକ କ୍ୟାପସନରେ, ବିଭିନ୍ନ ପ୍ରକାରର କଥା ଲେଖିବା ସହ ଅଲି ଫଜଲଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରିଚା ଏହି ପୋଷ୍ଟର ଶେଷରେ ସେ କହିଥିଲେ ଯେ ସେ ଏହି ଫଟୋଗୁଡ଼ିକର କମେଣ୍ଟ ବକ୍ସକୁ ବନ୍ଦ କରିଦେଇଛନ୍ତି, କାରଣ ସେ ବର୍ତ୍ତମାନ ପର୍ଯ୍ୟନ୍ତ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ସମସ୍ତ ଜିନିଷ ମଧ୍ୟରୁ ଏହା ତାଙ୍କ ପାଇଁ ସବୁଠାରୁ ପର୍ସନାଲ ଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    33.2 ° C
    33.2 °
    33.2 °
    22 %
    1.2kmh
    97 %
    Mon
    33 °
    Tue
    38 °
    Wed
    39 °
    Thu
    40 °
    Fri
    39 °

    ସମ୍ବନ୍ଧିତ