Thursday, March 26, 2026
24.8 C
Odisha

    ବୈଦିକରେ ଉଦଘାଟିତ ହେଲା ରୋହିତ ଶର୍ମାଙ୍କ କ୍ରିକେଟ ଏକାଡେମୀ । ସମ୍ବଲପୁରରେ ଶୁଭାରମ୍ଭ କଲେ ରୋହିତ ଶର୍ମାଙ୍କ ବଡ଼ ଭାଇ

    ଆଗକୁ ପଢନ୍ତୁ

    ସମ୍ବଲପୁରସ୍ଥିତ ବୈଦିକ ଇଣ୍ଟରନେସନାଲ ସ୍କୁଲରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ କ୍ରିକ୍ କିଙ୍ଗଡମ କ୍ରିକେଟ ଏକାଡେମୀର ଶୁଭ ଉଦଘାଟନ ହୋଇଯାଇଛି । ଏଥିରେ ରୋହିତ ଶର୍ମାଙ୍କ ଭାଇ ତଥା କ୍ରିକକିଙ୍ଗଡମ କ୍ରିକେଟ ଏକାଡେମୀର ଅଧ୍ୟକ୍ଷ ବିଶାଳ ଶର୍ମା ଓ ଉପ-ଅଧ୍ୟକ୍ଷ ପରାଗ ଦାହିୱାଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଏକାଡେମୀର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ବୈଦିକ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନର ଚେୟାରମେନ୍ ଆନନ୍ଦ ଅଗ୍ରୱାଲ କହିଛନ୍ତି ଯେ କ୍ରିକେଟ୍ ଆଗ୍ରହୀ ମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଓ ସର୍ବୋତ୍ତମ ପଦକ୍ଷେପ । ବୈଦିକର ଏ ଅଭିନବ ପ୍ରୟାସ ତଥା ଏ ଗୁରୁତ୍ୱପୂର୍ଣ ଚୁକ୍ତି ପାଇଁ ସମଗ୍ର ପଶ୍ଚିମ ଓଡିଶାର ଛାତ୍ରଛାତ୍ରୀଙ୍କ ସହ ଓଡ଼ିଶାର ଅନ୍ୟ ପ୍ରାନ୍ତର କ୍ରିକେଟ ପ୍ରେମୀ,ଖେଳାଳି ତଥା ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଉପକୃତ ହେବେ । କ୍ରିକେଟ ଖେଳରେ ଦକ୍ଷତା, ଶାରୀରିକ ସୁସ୍ଥତା ଓ ଖେଳର ନିଖୁଣ କୌଶଳ ଉପରେ ଧ୍ୟାନ ଦିଆଯିବ । ଅନ୍ତର୍ଜାତୀୟ ସ୍ତରର କୋଚ ମାନଙ୍କ ଦ୍ୱାରା ଉଚ୍ଚକୋଟୀର ତାଲିମ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯିବ ବୋଲି ହିଟମ୍ୟାନଙ୍କ ବଡ଼ ଭାଇ ବିଶାଳ ଶର୍ମା କହିଛନ୍ତି ।ଓଡିଶା କ୍ରିକେଟ ଆସୋସିଏସନ୍ ଦ୍ୱାରା ସମ୍ବଲପୁର ଠାରେ ଅନୁଷ୍ଠିତ ହୋଇଥିବା ଆନ୍ତଃବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ବିଜେତା ବୈଦିକ ଇଣ୍ଟରନେସନାଲ ସ୍କୁଲର ଛାତ୍ରମାନଙ୍କୁ ରୋହିତ ଶାର୍ମା ନିଜ ଦସ୍ତଖତ ଥିବା କ୍ରିକେଟ ବ୍ୟାଟ ପ୍ରଦାନ କରିଛନ୍ତି । ଏହି ଶୁଭ ମୂହୁର୍ତ୍ତ ଦୁଇ ଅନୁଷ୍ଠାନ ଭିତରେ ସଂପର୍କ ଦୃଢିଭୂତ କରିବା ସହିତ ସମଗ୍ର ପଶ୍ଚିମ ଓଡ଼ିଶାର କ୍ରିକେଟ୍ ସମ୍ବନ୍ଧୀୟ ଶିକ୍ଷାର ମାନ ବୃଦ୍ଧି କରିବା ସହିତ ଅନ୍ତର୍ଜାତୀୟ ସ୍ତରରେ ଉଜ୍ଜଳ ପ୍ରତିଭାବାନ୍ ଖେଳାଳି ମାନଙ୍କ ପାଇଁ ଏକ ପ୍ଲାଟ୍ ଫର୍ମ ଯୋଗାଇ ପାରିବ ବୋଲି ଅଭିଭାବକ ମହଲରେ ଉତ୍ସାହିତ ଖେଳିଯାଇଛି । ଆଜିର ଏହି କାର୍ୟ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ କୁମାର ଷଡ଼ଙ୍ଗୀ , ଡିନ ପାର୍ଥ ମୁଖାର୍ଜୀ । ସମସ୍ତ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକଶିକ୍ଷୟତ୍ରୀଗଣ ମଧ୍ୟ ଉପସ୍ଥିତ ରହିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.8 ° C
    24.8 °
    24.8 °
    67 %
    1.7kmh
    75 %
    Wed
    25 °
    Thu
    38 °
    Fri
    40 °
    Sat
    39 °
    Sun
    40 °

    ସମ୍ବନ୍ଧିତ