Thursday, April 2, 2026
25.4 C
Odisha

    କେନ୍ଦୁଝର ଜିଲ୍ଲାରେ ୧୩ହଜାର ୩୧୦ କୋଟିର ବିକାଶମୂଳକ କାର୍ଯ୍ୟ ଜାରି ରହିଛି : ୫ଟି ଅଧ୍ୟକ୍ଷ

    ଆଗକୁ ପଢନ୍ତୁ

    କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ୧୩ହଜାର ୩୧୦ କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ ଜାରି ରହିଛି । ଅନ୍ୟ ଜିଲ୍ଲା ପାଇଁ ଏହା ଇର୍ଷଣୀୟ ହୋଇପାରେ। କେବଳ ଗତ ସାତ ମାସରେ ଲୋକଙ୍କ ଆବେଦନ ଆଧାରରେ ମୁଖ୍ୟମନ୍ତ୍ରୀ ୪୬୦ କୋଟି ଟଙ୍କା ମଂଜୁର କରିଛନ୍ତି। କେନ୍ଦୁଝର ସିଲସୁଆଁରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ରବିବାର ଏହା କହିଛନ୍ତି। ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ, ଗତ ଜୁନରେ କେନ୍ଦୁଝର ଗସ୍ତ ସମୟରେ ତାଙ୍କୁ ୭୧୦ଟି ଆବେଦନ ମିଳିଥିଲା । ସେ ମଧ୍ୟରୁ ୬୫୦ଟି ଆବେଦନର ସମାଧାନ ହୋଇସାରିଛି । ମା ତାରିଣୀ ମନ୍ଦିରର ରୂପାନ୍ତରଣ ପାଇଁ ୫୦ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ସପ୍ତାହେ ତଳେ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ। ଶନିବାର ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି । ମା ତାରିଣୀ ମନ୍ଦିର ବି ସେମିତି ନୂଆ ରୂପରେ ସଜେଇ ହେବ।

    ଆଗାମୀ ୧୦୦ ବର୍ଷ ପାଇଁ ଭକ୍ତଙ୍କୁ ଦର୍ଶନରେ କୌଣସି ସମସ୍ୟା ହେବନି । ସେ କହିଛନ୍ତି ଯେ, ବଳଦେବଜୀଉ ମନ୍ଦିର ରୂପାନ୍ତରଣ ପାଇଁ ୪ କୋଟି ୮୦ ଲକ୍ଷ ଟଙ୍କା ମଂଜୁର ହୋଇଥିବା ବେଳେ ଗୁପ୍ତଗଙ୍ଗାରେ ଥିବା ବ୍ରହ୍ମେଶ୍ୱର ମନ୍ଦିର ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା, ସୀତାବିଂଝ ମନ୍ଦିର ରୂପାନ୍ତରଣ ପାଇଁ ୨କୋଟି ୪୦ ଲକ୍ଷ ଟଙ୍କା, ସୀତାମଠର ସୌନ୍ଦର୍ଯ୍ୟକରଣ ପାଇଁ ୩ କୋଟି ୧୧ ଲକ୍ଷ ଟଙ୍କା ମଂଜୁର ହୋଇଛି । ସେହିଭଳି ଭୀମକୁଣ୍ଡଠାରେ ଏକ ବ୍ରିଜ ନିର୍ମାଣ ପାଇଁ ଲୋକଙ୍କ ଦାବିଥିଲା । ଏଥିପାଇଁ ୧୯ କୋଟି ଟଙ୍କା ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁଣ୍ଡିଚାଘାଇ ଜଳପ୍ରପାତର ସୌନ୍ଦର୍ଯ୍ୟକରଣ ପାଇଁ ୨ କୋଟି ଟଙ୍କା, ତେଲକୋଇ ଠାରେ ଏକ ଇନଷ୍ଟ୍ରିମ ଜଳସେଚନ ପ୍ରକଳ୍ପ ପାଇଁ ୪୧ କୋଟି ଓ ସଣ୍ଟେଇବଂଝାରେ ଆଉ ଇନଷ୍ଟ୍ରିମ ଜଳସେଚନ ପ୍ରକଳ୍ପ ପାଇଁ ୬୦ କୋଟି ଟଙ୍କା ମଂଜୁର ହୋଇଛି ।

    କେନ୍ଦୁଝରରେ ମେଡିକାଲ କଲେଜ, ସରକାରୀ ଇଂଜିନିୟରିଂ କଲେଜ ଓ ବିଶ୍ବବିଦ୍ୟାଳୟ ସବୁକିଛି ହୋଇଛି । ଲୋକଙ୍କ ଦାବି ଅନୁଯାୟୀ ଗୋନାସିକା ହାଇସ୍କୁଲକୁ ଉଚ୍ଚମାଧ୍ୟମିକ ସ୍କୁଲକୁ ଉନ୍ନିତ କରିବାକୁ ମଂଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବର୍ଷରୁ ଯୁକ୍ତଦୁଇ ପାଠପଢା ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଲୋକଙ୍କ ଯାହା ଆବେଦନ ଆସିବ ତାକୁ ସମ୍ମାନର ସହ ସମାଧାନ କରାଯିବ ବୋଲି ସେ କହିଛନ୍ତି। ଓଡିଶାର ସାଢେ ଚାରି କୋଟି ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନିଜ ପରିବାର ବୋଲି ଭାବନ୍ତି । ତେଣୁ ପରିବାରର ପ୍ରତ୍ୟେକ ଲୋକଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ନବୀନ ପଟ୍ଟନାୟକ ବିଏସକେୱାଇ ଯୋଜନା ଆରମ୍ଭ କରିଛନ୍ତି । ପ୍ରତି ମାସରେ ଦୁଇ ଲକ୍ଷ ଲୋକ ଏହି ଯୋଜନାରୁ ଉପକୃତ ହେଉଛନ୍ତି। ଏବାବଦରେ ସରକାର ୨୫୦ କୋଟି ଟଙ୍କା ପ୍ରତି ମାସରେ ଖର୍ଚ୍ଚ କରୁଛନ୍ତି । ଯେଉଁମାନଙ୍କ ପାଖରେ ବିଏସକେୱାଇ କାର୍ଡ ନାହିଁ ସେମାନେ ନବୀନ କାର୍ଡ ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି ଫାଇଭ ଟି ଅଧ୍ୟକ୍ଷ ।ଯୋଗାଯୋଗ ବ୍ୟବସ୍ଥାରେ ଲକ୍ଷ୍ମୀ ବସ ସେବା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି । ଗାଁ ସହ ଯୋଡି ହୋଇଛି ବ୍ଲକ । ଆସନ୍ତାମାସରୁ କେନ୍ଦୁଝରରେ ଏହି ସେବା ଆରମ୍ଭ ହେବ । ମାତ୍ର ୫ ଟଙ୍କାରେ ମହିଳା ଓ ଛାତ୍ରଛାତ୍ରୀ ଉପକୃତ ହେବେ । ସେହିଭଳି ଆମ ବ୍ୟାଙ୍କ ଯୋଜନାରେ ବ୍ୟାଙ୍କ ନଥିବା ସବୁ ପଂଚାୟତରେ ବ୍ୟାଙ୍କ ଖୋଲିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.4 ° C
    25.4 °
    25.4 °
    49 %
    1.5kmh
    0 %
    Thu
    40 °
    Fri
    41 °
    Sat
    39 °
    Sun
    38 °
    Mon
    34 °

    ସମ୍ବନ୍ଧିତ