Monday, March 30, 2026
40.5 C
Odisha

    କର୍ତ୍ତବ୍ୟରତ ପୋଲିଂ ଅଧିକାରୀଙ୍କ ମୃତ୍ୟୁ: ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଆର୍ଥିକ ସହାୟତା ଘୋଷଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: କଟକ ଜିଲ୍ଲାରେ କାର୍ଯ୍ୟରତ ପୋଲିଂ ଅଧିକାରୀ ସୁଜାତା ମିତ୍ରଙ୍କର ଦୁଃଖଦ ମୃତ୍ୟୁ ହୋଇଛିା ସ୍ୱର୍ଗତା ମିତ୍ର ବିଧାନସଭା କ୍ଷେତ୍ର ୯୦-ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ବୁଥ୍ ନଂ ୧୧୪ (ହାଡ଼ିବନ୍ଧୁ ନୋଡାଲ ହାଇସ୍କୁଲ)ରେ ନିୟୋଜିତ ଥିଲୋ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏହି ଦୁଃଖଦ ଘଟଣାରେ ଗଭୀର ଶୋକପ୍ରକାଶ କରିବା ସହ ସ୍ୱର୍ଗତା ମିତ୍ରଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତିା ଏହା ସହ ସେ ଅମର ଆତ୍ମାଙ୍କ ସଦ୍ଗତି କାମନା କରିଛନ୍ତିା

    ବିଧି ମୁତାବକ ସାହାଯ୍ୟ ବ୍ୟତିରେକ ଭାରତ ନିର୍ବାଚନ ଆୟୋଗଙ୍କ ଘୋଷଣାମତେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତିା ଏହା ସହ ଶୀଘ୍ର ବିଧି ମୁତାବକ ବିହିତ ପ୍ରକ୍ରିୟା କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତିା

    ସୂଚନାଯୋଗ୍ୟ, ନିର୍ବାଚନ ଡ୍ୟୁଟି ସମୟରେ ସୁଜାତା ମିତ୍ର ଅସୁସ୍ଥ ହୋଇ ପଡ଼ିଥିଲେ। ତାଙ୍କୁ ଏସ୍‌ସିବି ବଡ଼ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    40.5 ° C
    40.5 °
    40.5 °
    13 %
    3.6kmh
    4 %
    Mon
    40 °
    Tue
    39 °
    Wed
    39 °
    Thu
    41 °
    Fri
    40 °

    ସମ୍ବନ୍ଧିତ