Saturday, October 10, 2026
21.6 C
Odisha

    ରାଜ୍ୟର ୬ ଲୋକସଭା ଆସନରେ କମିଲା ମତଦାନ ପ୍ରତିଶତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ ତୃତୀୟ ପର୍ଯ୍ୟାୟର ମତଦାନ ଶନିବାର ସନ୍ଧ୍ୟା ୫ଟା ସୁଦ୍ଧା ହାର ଆପାତତଃ ୬୦ ପ୍ରତିଶତ ଭୋଟିଂ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଅପରାହ୍ନ ୩ ଠାରୁ ସନ୍ଧ୍ୟା ୫ଟା ମଧ୍ୟରେ ୧୦ରୁ ୧୨ ପ୍ରତିଶତ ଭୋଟିଂ ବଢ଼ିଛି। ଆସନ୍ତାକାଲି (ରବିବାର) ସମ୍ପୂର୍ଣ୍ଣ ତଥ୍ୟ ଜଣାପଡ଼ିବ।ସେ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନ ଅପେକ୍ଷା ୨୦୨୪ ନିର୍ବାଚନରେ କମିଛି ଭୋଟିଂ। ଶ୍ରୀ ଧଳଙ୍କ ସୂଚନା ଅନୁଯାୟୀ ଗତ ୨୦୧୯ ନିର୍ବାଚନ ସନ୍ଧ୍ୟା ୫ ସୁଦ୍ଧା ହୋଇଥିବା ଭୋଟ ତୁଳନାରେ ୨୦୨୪ ନିର୍ବାଚନ ସାଧାରଣ ନିର୍ବାଚନ ସନ୍ଧ୍ୟା ୫ ଭିତରେ ଭୋଟିଂ କମିଛି।

    ସମ୍ବଲପୁର: ୨୦୨୪ ରେ ୬୫.୯୧ ପ୍ରତିଶତ ୨୦୧୯ ରେ ଥିଲା ୭୬.୩୫ ପ୍ରତିଶତ
    କେଉଁଝର: ୨୦୨୪ ରେ ୬୨.୪୩ ପ୍ରତିଶତ ୨୦୧୯ ରେ ଥିଲା ୭୭.୩୭ ପ୍ରତିଶତ
    ଢେଙ୍କାନାଳ: ୨୦୨୪ ରେ ୬୦.୮୦ ପ୍ରତିଶତ ୨୦୧୯ ରେ ଥିଲା ୭୪.୮୦ ପ୍ରତିଶତ
    କଟକ: ୨୦୨୪ ରେ ୫୪.୩୬ ପ୍ରତିଶତ ୨୦୧୯ ରେ ଥିଲା ୬୯.୦୬ ପ୍ରତିଶତ
    ପୁରୀ: ୨୦୨୪ ରେ ୬୧.୯୬ ପ୍ରତିଶତ ୨୦୧୯ ରେ ଥିଲା ୭୨.୫୧ ପ୍ରତିଶତ
    ଭୁବନେଶ୍ୱର: ୨୦୨୪ ରେ ୫୩.୫୪ ପ୍ରତିଶତ ୨୦୧୯ ରେ ଥିଲା ୫୯ ପ୍ରତିଶତ

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.6 ° C
    21.6 °
    21.6 °
    83 %
    1kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ