Thursday, September 19, 2024
23 C
Odisha

    କେରଳରେ ଆରଏସଏସର ସମନ୍ବୟ ବୈଠକ, ଉଠିପାରେ ପଶ୍ଚିମବଙ୍ଗ, ବାଂଲାଦେଶ ପ୍ରସଙ୍ଗ

    ଆଗକୁ ପଢନ୍ତୁ

    ପାଲକ୍କଡ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସର୍ବଭାରତୀୟ ସମନ୍ୱୟ ବୈଠକ କେରଳର ପାଲକ୍କଡରେ ଶନିବାର ଠାରୁ ଆରମ୍ଭ ହୋଇଛି । ତିନି ଦିନ ଧରି ଚାଲିବାକୁ ଥିବା ଏହି ବୈଠକ ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଆରଏସଏସ୍ ମୁଖ୍ୟ ଡ. ମୋହନ ଭାଗବତଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେଉଛି।

    ଏହି ବୈଠକରେ ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସବଲେଙ୍କ ସମେତ ସଂଘର ସମସ୍ତ ୬ ଜଣ ଯୁଗ୍ମ ସାଧାରଣ ସମ୍ପାଦକ ଓ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ। ଏହି ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ମଧ୍ୟ ଯୋଗ ଦେଇଥିଲେ। ଏହି ବୈଠକରେ ପ୍ରାୟ ୩୦୦ ସ୍ୱେଚ୍ଛାସେବୀ ଯୋଗ ଦେଉଛନ୍ତି। ଆରଏସଏସର ଏହି ବୈଠକ ବର୍ଷକୁ ଥରେ ଅନୁଷ୍ଠିତ ହୋଇଥାଏ । ସମନ୍ୱୟ ବୈଠକରେ ଜାତୀୟ ପ୍ରସଙ୍ଗ ବ୍ୟତୀତ ପଶ୍ଚିମବଙ୍ଗ ଭଳି ଅନେକ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହେବ । ଏହାଛଡ଼ା ବାଂଲାଦେଶ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ପ୍ରସଙ୍ଗ ଉଠିବାର ସମ୍ଭାବନା ରହିଛି ।

    ଏହି ବୈଠକରେ ବିଜେପି ସଭାପତି ଜେପି ନଡ୍ଡା ଏବଂ ସଂଗଠନ ସାଧାରଣ ସମ୍ପାଦକ ବିଏଲ ସନ୍ତୋଷ ମଧ୍ୟ ଉପସ୍ଥିତ ରହିବେ। ମୋଦୀ ସରକାର ୩.୦ ଗଠନ ପରେ ଆରଏସଏସର ଏହାର ସହଯୋଗୀ ମାନଙ୍କ ସହ ଏହା ହେଉଛି ପ୍ରଥମ ସମନ୍ୱୟ ବୈଠକ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ପାରସ୍ପରିକ ସହଯୋଗ ଓ ସମନ୍ୱୟ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ମଧ୍ୟ ଆଲୋଚନା ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23 ° C
    23 °
    23 °
    95 %
    0.8kmh
    28 %
    Thu
    30 °
    Fri
    31 °
    Sat
    32 °
    Sun
    32 °
    Mon
    31 °

    ସମ୍ବନ୍ଧିତ