Friday, September 20, 2024
26.3 C
Odisha

    ଭାଙ୍ଗିଯିବ କି ବିଜେଡି? ନିର୍ବାଚନରେ ଦଳର ପରାଜୟ ପରେ ଦଳ ସୁପ୍ରିମୋଙ୍କୁ ଘାରିଛି ଏହି ଭୟ

    ଆଗକୁ ପଢନ୍ତୁ

    ବିଜେଡି ସୁପ୍ରିମୋଙ୍କୁ ଘାରିଛି କି ଦଳ ଭାଙ୍ଗିଯିବାର ଭୟ । ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ନବୀନଙ୍କୁ ଏହି ଭୟ ଘାରିଥିବାର ସଙ୍କେତ ମିଳିଛି । ଦଳର ବିପର୍ଯ୍ୟୟ ପରେ ଏକାଠି ନାହାନ୍ତି କି ଦଳର ନେତା ଓ କର୍ମୀ । ଦଳ ପରାଜୟର କାରଣ ଖୋଜା ଭିତରେ ଗତକାଲି ନେତା ଓ କର୍ମୀଙ୍କୁ ସମ୍ବୋଧନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏକଜୁଟ୍ ରହିବା ସହ ଦଳକୁ ମଜବୁତ୍ କରିବାକୁ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ।

    ଦଳ ୨୪ ବର୍ଷ ହେବ ରାଜ୍ୟରେ ଶାସନ କରୁଥିଲା । ଏବେ ଦଳ ଶାସନ କ୍ଷମତାରୁ ଯିବା ପରେ କାହିଁକି ଏପରି କହିଲେ ବିଜେଡି ସୁପ୍ରିମୋ । ନବୀନଙ୍କ ଏପରି ବୟାନ କ’ଣ ଇସାରା କରୁଛି । ନବୀନ ନିବାସରେ ଗତକାଲି ବସିଥିବା ଏହି ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲେଚନା କରାଯାଇଥିଲା । ନବୀନ ବିଜେଡି ନେତାଙ୍କୁ କହିଥିଲେ, ଉଭୟ ରାଜ୍ୟ ଏବଂ କେନ୍ଦ୍ରରେ ବିଜେପି ସରକାର ଗଢିଛି ସତ ହେଲେ ସଂଖ୍ୟା ବଳ କମ ଅଛି । ଓଡ଼ିଶାରେ ମ୍ୟାଜିକ ନମ୍ବରଠୁ କିଛି ଆସନ ଅଧିକ ପାଇ ବିଜେପି ସରକାର ଗଢିଛି ।

    କେନ୍ଦ୍ରରେ ବି ବିଜେପି ପାଖରେ ସଂଖ୍ୟା ଗରିଷ୍ଠତା ନାହିଁ । ଓଡ଼ିଶା ବିଧାନସଭାରେ ବିଜେପିର ୭୮ ଜଣ ବିଧାୟକ ଥିବା ବେଳେ ୩ ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ମିଳିଛି । ବିଜେଡିର ୫୧, କଂଗ୍ରେସର ୧୪ ଜଣ ଓ ସିପିଏମ୍ର ଜଣେ ବିଧାୟକ ରହିଛନ୍ତି । ଆଗକୁ ମୌସୁମୀ ଅଧିବଶେନ ଥିବା ବେଳେ ବିରୋଧୀ ଆସନରେ ବସୁଥିବା ୬୬ ଜଣ ବିଧାୟକ ସରକାରଙ୍କ ଅଡୁଆ ବଢାଇ ପାରନ୍ତି । ତେଣୁ ବିଜେଡି ବିଧାୟକଙ୍କ ମନୋବଳ ବଢାଇବାକୁ ଏକାଠି ରହିବା ପାଇଁ ଓ ସରକାରଙ୍କ ମୁକାବିଲା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    26.3 ° C
    26.3 °
    26.3 °
    86 %
    0.8kmh
    19 %
    Fri
    31 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ