Friday, May 15, 2026
38.3 C
Odisha

    ବିଜେପି ନେତା ମୋନୁ କଲ୍ୟାଣଙ୍କୁ ରାସ୍ତା ମଝିରେ ଗୁଳି କରି ହତ୍ୟା

    ଆଗକୁ ପଢନ୍ତୁ

    ମଧ୍ୟପ୍ରଦେଶର ଇନ୍ଦୋରରେ ରାସ୍ତା ମଝିରେ ଗୁଳି କରି ହତ୍ୟା କରାଯାଇଛି ମୋନୁ କଲ୍ୟାଣକୁ । ବିଜେପି କ୍ୟାବିନେଟ ମନ୍ତ୍ରୀ କୈଳାସ ବିଜୟ ବର୍ଗିୟଙ୍କ ସେ ଥିଲେ ଘନିଷ୍ଠ ବନ୍ଧୁ । ଗୁରୁତର ମୋନୁ କଲ୍ୟାଣକୁ ହସ୍ପିଟାଲରେ ରାତି ୩ ଟା ସମୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ସୁଚନା ଅନୁଯାୟୀ ଭୋର ପ୍ରାୟ ୩ଟା ସମୟରେ ଏମ୍ ଜି ରୋଡ ଅଂଚଳରେ ଏହି ହତ୍ୟା ଘଟଣା ଘଟିଛି । ସେ ମଧ୍ୟପ୍ରଦେଶ ଯୁବ ମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ ।ରାଲି ପ୍ରସ୍ତୁତ ସାରି ଭୋର ସମୟରେ ସେ ଫେରୁଥିବା ସମୟରେ ତାଙ୍କୁ ପ୍ରଥମେ ଚିମାନବାଗ ରାସ୍ତାରେ ହତ୍ୟାକାରୀମାନେ ଘେରି ଯାଇ ତାଙ୍କୁ ସେହି ସମୟରେ ହତ୍ୟା କରିଥିଲେ । କିନ୍ତୁ ସନ୍ଦେହ କରାଯାଉଛି ମୋନୁ ଟଙ୍କା ସୁଧ ଉପରେ ଦେଉଥିଲେ ତେଣୁ ତାଙ୍କୁ ସେ ସଂପୃକ୍ତ ନେଇ ମଧ୍ୟ ହତ୍ୟା କରାଯାଇଥାଇପାରେ । ଏବେ ଏନେଇ ବିଜେପି ସର୍ମଥକ ମାନେ ମୋନୁଙ୍କ ହତ୍ୟାକାରୀ ମାନଙ୍କୁ ଗିରଫ କରିବା ଦାବିରେ ଦାବି କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    38.3 ° C
    38.3 °
    38.3 °
    29 %
    0.6kmh
    17 %
    Fri
    43 °
    Sat
    42 °
    Sun
    43 °
    Mon
    46 °
    Tue
    47 °

    ସମ୍ବନ୍ଧିତ