Monday, October 5, 2026
21.7 C
Odisha

    ପୁର୍ବ ଶତ୍ରୁତାରୁ ଫୁଟିଲା ଗୁଳି : ଗୁଳିମାଡ଼ରେ ନାମଯଜ୍ଞ କର୍ତ୍ତା ଗୁରୁତର, ସମ୍ପୃକ୍ତି ଅଭିଯୋଗରେ ଜଣେ ଗିରଫ

    ଆଗକୁ ପଢନ୍ତୁ

    କଣ୍ଟାମାଳ : ଗତକାଲି ବିଳମ୍ବିତ ରାତିରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି କଣ୍ଟାମାଳ ଥାନାଞ୍ଚଳରେ ୨ ରାଉଣ୍ଡ ଗୁଳି ଫୁଟିଛି।  ଗତକାଲି ପବିତ୍ର ରାମନବମୀ ଅବସରରେ କଣ୍ଟାମାଳ ଥାନା ଲମ୍ବେସରୀ ପଞ୍ଚାୟତର ପିପଲପାଳି ଗ୍ରାମରେ ନାମଯଜ୍ଞ ଅନୁଷ୍ଠିତ ହୋଇଥିବା ବେଳେ ରାତି ପ୍ରାୟ ୧୦ଟା ସମୟରେ କିଛି ଦୁର୍ବୁତ୍ତ ସେଠାରେ ଗୁଳିମାଡ଼ କରିଥିଲେ। ଏହି ଗୁଳିକାଣ୍ଡରେ ନାମଯଜ୍ଞରେ କର୍ତ୍ତା ଦାୟିତ୍ବ ତୁଲାଉଥିବା ବିଶ୍ଵାମିତ୍ର ଜାନୀ ଗୁରୁତର ହୋଇଥିଲେ।ତାଙ୍କୁ ଗୁରୁତର ଅବସ୍ଥାରେ କଣ୍ଟାମାଳ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ଘଟଣା ସ୍ଥଳରେ କଣ୍ଟାମାଳ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ଉଦ୍ଦେଶ୍ୟରେ ଏଭଳି ଗୁଳିକାଣ୍ଡ ଘଟିଛି ତାହା ସ୍ପଷ୍ଟ ହୋଇ ନ ଥିଲେ ବି ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣି ପାରିଥିବା ସୂଚନା ମିଳିଛି ! ଖଟଖଟିଆ ପଞ୍ଚାୟତ ସାନ ମନମୁଣ୍ଡା ଗ୍ରାମର ବଳବନ୍ତ ନାଏକ(୨୧)କୁ ଗ୍ରାମବାସୀ କାବୁ କରି ପୋଲିସରେ ଜିମା ଦେଇଛନ୍ତି।ଏପଟେ ବିଶ୍ବାମିତ୍ରଙ୍କ ସ୍ବାସ୍ଥ୍ୟବସ୍ଥା ସଙ୍କଟାପର୍ଣ୍ଣ ହେବାରୁ କଣ୍ଟାମାଳରୁ ବଲାଙ୍ଗିର, ବରଗଡ ଓ ପରେ ରାୟପୁରକୁ ଅଧିକ ଚିକିତ୍ସା ପାଇଁ ନିଆଯାଉଥିବା ପରିବାର ପକ୍ଷରୁ ସୂଚନା ମିଳିଛି !

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ