Saturday, August 2, 2025
24.2 C
Odisha

    RWSS କନିଷ୍ଠ ଯନ୍ତ୍ରୀଙ୍କୁ ପରିସ୍ରା ପିଆଇବା ଘଟଣାରେ ତଦନ୍ତ, ସସସ୍ତ କର୍ମଚାରୀଙ୍କ ହେବ ପରିସ୍ରା ଟେଷ୍ଟ

    ଆଗକୁ ପଢନ୍ତୁ

    ଗଜପତି : ଗଜପତି ଜିଲ୍ଲା ଆର. ଉଦୟଗିରି RWSS କନିଷ୍ଠ ଯନ୍ତ୍ରୀ ସଚିନ ଗୌଡ଼ଙ୍କୁ ପରିସ୍ରା ପିଆଇବା ଘଟଣାରେ ପୋଲିସର ତଦନ୍ତ । RWSS କାର୍ଯ୍ୟାଳୟର ସସସ୍ତ କର୍ମଚାରୀଙ୍କ ପରିସ୍ରା ନମୁନା ପରୀକ୍ଷା ହେବ । ଘଟଣାରେ ପିଅନ ଶିବ ନାରାୟଣ ନାୟକଙ୍କୁ ପଚରାଉଚରା କରି ଛାଡ଼ିଛି ପୋଲିସ । ଘଟଣାରେ RWSS କାର୍ଯ୍ୟାଳୟରେ ଥିବା ସମସ୍ତ କର୍ମଚାରୀଙ୍କ ପରିସ୍ରା ନମୁନା ପରୀକ୍ଷା କରାଯିବ । ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆର.ଉଦୟଗିରି SDPO ସୁରେଶ ତ୍ରିପାଠୀ କହିଛନ୍ତି ।

    ସୂଚନା ଅନୁଯାୟୀ, ଗତ ୨୨ତାରିଖ ଦିନ ଆର.ଉଦୟଗିରି RWSS କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ ସଚିନ ଗୌଡ଼ ଯୋଗଦେଇଥିଲେ । ୨୩ ତାରିଖ ରାତିରେ ଯନ୍ତ୍ରୀ ତାଙ୍କ ବାସଭବନରେ ଖାଇ ସାରିବା ପରେ ପିଅନ ଶିବ ନାରାୟଣକୁ ପାଣି ମାଗିଥିଲେ । ପିଅନ ଏକ ପ୍ଲାଷ୍ଟିକ ବୋତଲରେ ପାଣି ଆଣି ଦେଇଥିଲେ । ପାଣି ପିଇବା ପରେ ଯନ୍ତ୍ରୀଙ୍କୁ ତାହା ପରିସ୍ରା ଭଳି ଲାଗିବାରୁ ଅଫିସ ଲ୍ୟାବରେ ପରୀକ୍ଷା କରାଇଥିଲେ । ପାଣିରେ ପରିସ୍ରା ନମୁନା ବାହାରିଥିଲା । ପାଣି ବଦଳରେ ତାଙ୍କୁ ପରିସ୍ରା ଦିଆଯାଇଥିବା ଯନ୍ତ୍ରୀ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ହେଲେ ଘଟଣାରେ କୌଣସି ତଦନ୍ତ କରାଯାଇନଥିଲା । ଏନେଇ ଗତ ବୁଧବାର ଦିନ ଯନ୍ତ୍ରୀ ଆର. ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.2 ° C
    24.2 °
    24.2 °
    84 %
    1.5kmh
    100 %
    Fri
    24 °
    Sat
    31 °
    Sun
    32 °
    Mon
    32 °
    Tue
    31 °

    ସମ୍ବନ୍ଧିତ