Tuesday, March 24, 2026
31 C
Odisha

    ଓଡ଼ିଶାରେ ଦେଶର ସର୍ବାଧିକ ଦରଦାମ୍ ବୃଦ୍ଧି ଦୁର୍ଭାଗ୍ୟଜନକ : ସତ୍ୟବ୍ରତ ପଣ୍ଡା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର, ତା.୨୦/୦୪: ଗତ କିଛିଦିନ ଧରି ବଜାରର ଦରଦାମ ବୃଦ୍ଧି ଓଡ଼ିଶାର ଖାଉଟିମାନଙ୍କୁ ବଡ ବାଧୁଛି । ବଜାରରୁ ରସୁଣ ଉଭାନ ହୋଇଗଲାଣି ଓ ପିଆଜ ଦର ଆକାଶ ଛୁଆଁ । ସାଧାରଣ ଗ୍ରାହକର ହାଣ୍ଡିଶାଳରୁ ଆଳୁ ଉଭାନ ହୋଇଗଲାଣି । ମାର୍ଚ୍ଚ ମାସ ପାଇଁ ପ୍ରକାଶିତ ମୁଦ୍ରାସ୍ଫୀତିର ଆକଳନ ଓଡ଼ିଶା ସରକାରଙ୍କ ଦରଦାମ ନିୟନ୍ତ୍ରଣ କ୍ଷେତ୍ରରେ ବିଫଳତାକୁ ସ୍ପଷ୍ଟ କରିଦେଉଛି । ଓଡ଼ିଶାର ଦରଦାମ ବୃଦ୍ଧି ସାରା ଭାରତ ବର୍ଷରେ ସବୁଠାରୁ ଅଧିକ । ଭାରତର ମୁଦ୍ରାସ୍ଫୀତି ୪.୯ପ୍ରତିଶତରେ ସିମିତ ଥିଲାବେଳେ ଓଡ଼ିଶାରେ ମୁଦ୍ରାସ୍ଫୀତିିର ହାର ୭.୧ପ୍ରତିଶତ । ଓଡ଼ିଶାରେ ଯେ କେବଳ ମାର୍ଚ୍ଚ ମାସରେ ଏହିପରି ଦରଦାମ ବୃଦ୍ଧି ଘଟିଛି ତାହା ନୁହେଁ ବରଂ ଗତ ୬ମାସ ଧରି ଓଡିଶାର ଦରଦାମ ବୃଦ୍ଧି ଦେଶରେ ସର୍ବାଧିକ ରହିଛି । ଗତ ୫ମାସ ମଧ୍ୟରେ ଭାରତର ମୁଦ୍ରାସ୍ଫୀତି ସର୍ବନିମ୍ନସ୍ତରରେ ରହିଛି । ଖାଦ୍ୟ ଦ୍ରବ୍ୟର ଦରଦାମ୍ ବୃଦ୍ଧି ଉପରେ ଅଙ୍କୁଶ ଲଗାଇବାରେ ମୋଦି ସରକାର ସଫଳ ହୋଇଥିବାରୁ ତାହା ସମ୍ଭବ ହୋଇଛି । ଲୋହିତ ସାଗର, ୟୁକ୍ରେନ ଯୁଦ୍ଧ ଓ ମଧ୍ୟ-ପ୍ରାଚ୍ୟ ଯୁଦ୍ଧ ପାଇଁ ପେଟ୍ରୋଲିୟମ୍ ଦ୍ରବ୍ୟର ଦର ବଢ଼ିଥିଲେ ମଧ୍ୟ ଦେଶର ମୁଦ୍ରାସ୍ଫୀତିକୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରୋକ ଲଗାଇବାରେ ସମର୍ଥ ହୋଇଛନ୍ତି । କିନ୍ତୁ ଓଡ଼ିଶାରେ ଖାଦ୍ୟ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ପଛରେ ଏକ ବିରାଟ ଷଡଯନ୍ତ୍ର ଲୁଚି ରହିଛି ବୋଲି ରାଜ୍ୟ ମୁଖପାତ୍ର ସତ୍ୟବ୍ରତ ପଣ୍ଡା ପ୍ରକାଶ କରିଛନ୍ତି ।
    ସହରାଚଂଳ ମୁଦ୍ରାସ୍ଫୀତି ଦୃଷ୍ଟି କୋଣରୁ ଓଡ଼ିଶାରେ ଦରଦାମ ବୃଦ୍ଧି ସାରା ଦେଶରେ ସର୍ବାଧିକ ୬.୫ପ୍ରତିଶତ ରହିଛି । ସେହିପରି ଗ୍ରାମାଚଂଳ ମୁଦ୍ରାସ୍ଫୀତି ଦୃଷ୍ଟିକୋଣରୁ ଏହା ଓଡିଶାରେ ସର୍ବାଧିକ ୭.୩ପ୍ରତିଶତ ରହିଛି । ବ୍ୟବସାୟୀମାନଙ୍କ ନିକଟରୁ ମୋଟା ଅଙ୍କର ନିର୍ବାଚନୀ ଚାନ୍ଦା ଆଦାୟ ଓ ଯୋଗାଣ ବିଭାଗର ଅପାରଗତା ପାଇଁ ଓଡିଶାରେ ଏହି ଉଚ୍ଚହାରର ଦରଦାମ୍ ବୃଦ୍ଧି ଘଟୁଛି ବୋଲି ଅଭିଯୋଗ ଆଣି ସାଧାରଣ ଓଡ଼ିଆ ଖାଉଟିକୁ ଅଯଥା ଶୋଷଣରୁ ସୁରକ୍ଷା ଦେବା ପାଇଁ ବର୍ତମାନର ଅପାରଗ ରାଜ୍ୟ ସରକାରଙ୍କୁ ଆଗାମୀ ନିର୍ବାଚନରେ ପ୍ରତ୍ୟାଖ୍ୟାନ କରିବା ପାଇଁ ଶ୍ରୀ ପଣ୍ଡା ରାଜ୍ୟବାସୀଙ୍କୁ ଆହ୍ୱାନ କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    31 ° C
    31 °
    31 °
    33 %
    1.7kmh
    0 %
    Tue
    35 °
    Wed
    38 °
    Thu
    38 °
    Fri
    40 °
    Sat
    39 °

    ସମ୍ବନ୍ଧିତ