Tuesday, September 29, 2026
23.6 C
Odisha

    ସହିଦ ରଘୁ ସଦ୍ଦାର, ପ୍ରତୀକ୍ଷା ଓ ଦମନକୁ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ବିଗତ ୩ ବର୍ଷ (୨୦୨୦, ୨୦୨୧ ଓ ୨୦୨୨) ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି। ବିଶିଷ୍ଟ ଲେଖକ, ନିର୍ଦ୍ଦେଶକ ଓ ନାଟ୍ୟକାର ମୋହନ ସୁନ୍ଦରଦେବ ଗୋସ୍ବାମୀ ପୁରସ୍କାର (ଜୀବନବ୍ୟାପି ସାଧନା ପୁରସ୍କାର) ପାଇଁ ଅନନ୍ତ ମହାପାତ୍ରଙ୍କୁ ଚୟନ କରାଯାଇଛି। ୩୨ତମ ଚଳଚ୍ଚିତ୍ର ପୁରସ୍କାର-୨୦୨୦ ପାଇଁ ଡଃ ବିଶ୍ବନାଥ ପଟ୍ଟନାୟକଙ୍କ ପ୍ରଯୋଜିତ ‘ସହିଦ୍ ରଘୁ ସର୍ଦ୍ଦାର’ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇବ। ୩୨ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ରାକେଶ ସାମଲ (ରୋମିଓ ରାଜା), ଦେବାଶିଷ ପାତ୍ର ଶ୍ରେଷ୍ଠ ଅଭିନେତା (ସହିଦ୍ ରଘୁ ସର୍ଦ୍ଦାର) ଓ ଅମ୍ଲାନ ଦାସ (ରୋମିଓ ରାଜା), ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ କାବ୍ୟା କିରଣ ଶୁକ୍ଲା (ସହିଦ ରଘୁ ସର୍ଦ୍ଦାର), ଶ୍ରେଷ୍ଠ କାହାଣୀକାର ଡଃ ବିଶ୍ବନାଥ ପଟ୍ଟନାୟକ (ସହିଦ୍ ରଘୁ ସର୍ଦ୍ଦାର), ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ (ରୋମିଓ ରାଜା), ଶ୍ରେଷ୍ଠ ପ୍ରଚ୍ଛଦ ଗାୟକ ସରୋଜ କୁମାର (ଗୀତ: ଜୀବନ ତୁ କୋଉ ସୁଖ ପାଉରେ…, ଚଳଚ୍ଚିତ୍ର: ରୋମିଓ ରାଜା), ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଅସୀମା ପଣ୍ଡା (ଗୀତ: ବହୁଦିନ ପରେ…ଚଳଚ୍ଚିତ୍ର: ରୋମିଓ ରାଜା) ପୁରସ୍କାର ପାଇବେ।

    ୩୩ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର-୨୦୨୧ ପାଇଁ ’ପ୍ରତୀକ୍ଷା’ ଓ ଡାଲ୍‌ଚିନି ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଛି। ପ୍ରଯୋଜକ ଅନୁପମ ପଟ୍ଟନାୟକଙ୍କର ଏହି ଚଳଚିତ୍ର ପାଇଁ ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସ କାହାଣୀ ଲେଖିଛନ୍ତି। ସେ ଶ୍ରେଷ୍ଠ କାହାଣୀକାର ଭାବେ ପୁରସ୍କୃତ ହେବେ। ଏତଦ୍ ବ୍ୟତୀତ ଚଳଚ୍ଚିତ୍ର ‘ଭୋକ’ ପାଇଁ ରଂଜନ ଦାସଙ୍କୁ ମଧ୍ୟ ଶ୍ରେଷ୍ଠ କାହାଣୀକାର ପୁରସ୍କାର ମିଳିବ। ତୃଷ୍ଣା ଚଳଚ୍ଚିତ୍ର ପାଇଁ ସୁରେଶ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ମିଳିବ। ଶ୍ରେଷ୍ଠ ମୁଖ୍ୟ ଅଭିନେତା ଅଙ୍କିତ କୁମାରଙ୍କୁ ଭୋକ ପାଇଁ ପୁରସ୍କାର ମିଳିବ। ସେହିପରି ଦୀପନ୍ବିତ ଦାଶମହାପାତ୍ରଙ୍କୁ ପ୍ରତୀକ୍ଷା ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିବ। ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ସୂର୍ଯ୍ୟମୟୀ ମହାପାତ୍ର (ଡାଲଚିନି) ପାଇବେ। ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ (ବାଳକୃଷ୍ଣ ଦାଶ ପୁରସ୍କାର) ପାଇଁ ଅଭିଜିତ ମଜୁମ୍ଦାର (ତୃଷ୍ଣା) ଚୟନ ହୋଇଛନ୍ତି। ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ସ୍ବୟମ୍ ପ୍ରଭାସ ପାଢ଼ୀ (ଗୀତ: ଅନାବନା ବାଟ ସବୁ ଲାଗେ ଆପଣା, ଚଳଚ୍ଚିତ୍ର: ଅରୁନ୍ଧତୀ)ଙ୍କ ନାମ ଚୟନ କରାଯାଇଥିବା ବେଳେ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ସୋହିନୀ ମିଶ୍ର (ଗୀତ ହାଏରେ ମୁଁ ଅରୁନ୍ଧତୀ, ଚଳଚ୍ଚିତ୍ର: ଅରୁନ୍ଧତୀ) ପୁରସ୍କାର ଗ୍ରହଣ କରିବେ। ୨୦୨୧ ବର୍ଷ ପାଇଁ ମୋହନ ସୁନ୍ଦର ଦେବ ଗୋସ୍ୱାମୀ ପୁରସ୍କାର ପାଇବେ ଶ୍ରୀନିବାସ ମହାପାତ୍ର।

    ସେହିପରି ୩୪ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର- ୨୦୨୨ ବର୍ଷ ପାଇଁ ଜୟୀରାମ ସାମଲ ଜୀବନବ୍ୟାପୀ ସାଧନା ପୁରସ୍କାର ପାଇବେ। ପ୍ରଯୋଜକ ଦୀପେନ୍ଦ୍ର ସାମଲଙ୍କ ଚଳଚ୍ଚିତ୍ର ‘ଦମନ’କୁ ଶ୍ରେଷ୍ଠ ପୁରସ୍କାର ମିଳିବ। ଏହି ଚଳଚ୍ଚିତ୍ରର ଅଭିନେତା ବାବୁସାନ୍ ମହାନ୍ତି ଶ୍ରେଷ୍ଠ ମୁଖ୍ୟ ଅଭିନେତା ପୁରସ୍କାର ଗ୍ରହଣ କରିବେ। ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ମାୟାବୀ ଚଳଚ୍ଚିତ୍ରର ନିର୍ଦ୍ଦେଶକ ସୁଧାଂଶୁ ମୋହନ ସାହୁଙ୍କ ନାମ ଚୟନ କରାଯାଇଛି। ଶ୍ରେଷ୍ଠ ମୁଖ୍ୟ ଅଭିନେତ୍ରୀ ପରସ୍କାର ପାଇବାକୁ ଲୋପାମୁଦ୍ରା ମିଶ୍ର ଯୋଗ୍ୟ ବିବେଚିତ ହୋଇଛନ୍ତି। ପଙ୍କଜ ଜାଲ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ପୁରସକାର ପାଇବେ। ସେ ଖରା-ଦ ହିଟ୍ ପାଇଁ ଏହି ପୁରସ୍କାର ପାଇବେ। ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟକ ଭାବେ ମାଧବ ଦାସ (ଗୀତ: ଯା ରେ ମନ ମୋର.. ଶତ୍ରୁ) ଓ ଶ୍ରେଷ୍ଠ ପ୍ରଚ୍ଛଦପଟ ଗାୟିକା ଭାବେ ଦୀପ୍ତିରେଖା ପାଢ଼ୀ (ଗୀତ: କେହି ଜଣେ ମତେ ଛୁଏଁରେ: ଚଳଚ୍ଚିତ୍ର: ମହାବାହୁ) ପୁରସ୍କାର ଗ୍ରହଣ କରିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    88 %
    1.6kmh
    5 %
    Mon
    24 °
    Tue
    30 °
    Wed
    30 °
    Thu
    31 °
    Fri
    31 °

    ସମ୍ବନ୍ଧିତ