Monday, April 6, 2026
23.6 C
Odisha

    ସୈଫ ଅଲ୍ଲି ଖାନ ହସ୍ପିଟାଲରେ ଭର୍ତ୍ତି

    ଆଗକୁ ପଢନ୍ତୁ

    ମୁମ୍ବାଇ: ବଲିଉଡର ନବାବ ସୈଫ ଅଲ୍ଲି ଖାନ ହସ୍ପିଟାଲରେ ଭର୍ତ୍ତି। ତାଙ୍କର ଅସ୍ତ୍ରୋପଚାର କରାଯାଇଛି। ତାଙ୍କ ସହ ଡାକ୍ତରଖାନାରେ ସୈଫଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁର ଖାନ ମଧ୍ୟ ଉପସ୍ଥିତ ଅଛନ୍ତି। ଏହି ଖବର ଅଭିନେତାଙ୍କର ସମସ୍ତ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଛି। ସୈଫ ଅଲ୍ଲି ଖାନଙ୍କ ଆଣ୍ଠୁ ଏବଂ କାନ୍ଧ ଭାଙ୍ଗି ଯାଇଥିଲା। ତାଙ୍କୁ ଆଜି ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା। ସୈଫଙ୍କର ଆଣ୍ଠୁ ଅସ୍ତ୍ରୋପଚାର କରାଯାଇଛି। ସୈଫଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ଭଲ ଅଛନ୍ତି। ଅସ୍ତ୍ରୋପଚାର ପରେ ସୈଫ କହିଛନ୍ତି ଯେ, ଅସ୍ତ୍ରୋପଚାର ସଫଳ ହୋଇଛି। ବର୍ତ୍ତମାନ ମୁଁ ଭଲ ଅଛି। ସମସ୍ତ ପ୍ରଶଂସକଙ୍କ ଆର୍ଶିବାଦ ପାଇଁ ଧନ୍ୟବାଦ ଜଣାଇଛନ୍ତି। ତେବେ ଏହା ପ୍ରଥମ ନୁହେଁ ଯେ ସୈଫ ଅଲ୍ଲି ଖାନ ଆହତ ହୋଇଛନ୍ତି। ଏହାପୂର୍ବରୁ ସେ ସୁଟିଂ ସେଟରେ ଅନେକ ଥର ଆହତ ମଧ୍ୟ ହୋଇଥିଲେ। ୨୦୧୬ରେ ରଙ୍ଗୁନ୍ ଫିଲ୍ମର ସୁଟିଂ ସମୟରେ ସୈଫଙ୍କ ଆଙ୍ଗୁଠିରେ ଆଘାତ ମଧ୍ୟ ଲାଗିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    73 %
    1.7kmh
    3 %
    Sun
    24 °
    Mon
    38 °
    Tue
    35 °
    Wed
    37 °
    Thu
    37 °

    ସମ୍ବନ୍ଧିତ