ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ସନ୍ଧ୍ୟା ୫ଟାରେ ଲଗ୍ନ ନିର୍ଦ୍ଧାରଣ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ସନ୍ଧ୍ୟା ୫ଟାରେ ଲଗ୍ନ ନିର୍ଦ୍ଧାରଣ
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ସନ୍ଧ୍ୟା ୫ଟାରେ ଲଗ୍ନ ନିର୍ଦ୍ଧାରଣ

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ ନିର୍ଦ୍ଧାରଣ ହେବ । ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପର ଦିନ ନୂଆଖାଇ ଲଗ୍ନ ବାହାରିଥାଏ । ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ଶ୍ରୀ ଶ୍ରୀ ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ନିର୍ଦ୍ଧାରଣ ହେବ । ମନ୍ଦିର ଟ୍ରଷ୍ଟ ତରଫରୁ ଆୟୋଜିତ ବୈଠକରେ ପଣ୍ଡିତ ଓ ବିଦ୍ୱାନ ମାନେ ଯୋଗ ଦେଇ ଲଗ୍ନ ନିର୍ଦ୍ଧାରଣ କରିବେ ।
ଆଜି ସନ୍ଧ୍ୟା ୫ଟାରେ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ ହେବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ମନ୍ଦିରରେ ଏକ ବୈଠକରେ ଟ୍ରଷ୍ଟ ସଭ୍ୟ, ଜ୍ୟୋର୍ତିବିଦ, ପଣ୍ଡିତ ଓ ବିଦ୍ୱାନ ମାନେ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରିଥାନ୍ତି ଓ ପରେ ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ପୂଜକ ଓ ଟ୍ରଷ୍ଟ ସଭ୍ୟ ମାନେ ମା’ ସମଲେଶ୍ଵରୀଙ୍କ ଠାରେ ଅର୍ପଣ କରିଥାନ୍ତି । ସେହି ଲଗ୍ନ ସମୟରେ ନୂଆଖାଇ ଦିନ ମା’ ସମଲେଶ୍ଵରୀଙ୍କ ଠାରେ ଭୋଗ ଲାଗି ହୋଇଥାଏ ।