Saturday, October 17, 2026
22.4 C
Odisha

    ମଶା ତେଲ ଲିଟର ପିଛା ୭୪୦ ଟଙ୍କାରେ କିଣି ଗିରଫ ହେଲେ ୪ ଜଣ

    ଆଗକୁ ପଢନ୍ତୁ

    ଝାରସୁଗୁଡ଼ା: ଝାରସୁଗୁଡ଼ା ମ୍ୟୁନିସିପାଲଟି ହୋଇଥିବା ମଶା ତେଲ ଦୁର୍ନୀତି ଘଟଣାରେ ଭିଜିଲାନ୍ସ ବିଭାଗ ତନାଘନା ଆରମ୍ଭ କରିବାର ସପ୍ତାହକ ମଧ୍ୟରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ଏହି ଘଟଣାରେ ଆଜି ଭିଜିଲାନ୍ସ ବିଭାଗ ଝାରସୁଗୁଡ଼ା ମ୍ୟୁନିସିପାଲଟିର ତତ୍କାଳୀନ ନିର୍ବାହୀ ଅଧିକାରୀ ମନୋଜ କୁମାର ତାଣ୍ଡିଙ୍କ ସମେତ ୪ ଜଣଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି। ଅନ୍ୟ ୩ ଜଣଙ୍କ ମଧ୍ୟରେ ମ୍ୟୁନିସିପାଲଟିର ସାନିଟେସନ୍ ଏକ୍ସପର୍ଟ ବିଶ୍ବରଞ୍ଜନ ସାହୁ, ସାନିଟେସନ୍ ଇନ୍ସପେକ୍ଟର ବିନୋଦ ପଶାୟତ ଓ ମଶା ତେଲ ଯୋଗାଣକାରୀ ସଂସ୍ଥା ଝାରସୁଗୁଡ଼ାର ଫ୍ୟୁଜନ୍ ଗ୍ରୁପ୍ର ମାଲିକ ଆଶୁତୋଷ ଶର୍ମା ରହିଥିବା ଜଣାପଡ଼ିଛି। ସମସ୍ତ ଅଭିଯୁକ୍ତଙ୍କୁ ସମ୍ବଲପୁର ଭିଜିଲାନ୍ସ କୋର୍ଟକୁ ଫରୱାର୍ଡ କରାଯାଇଥିବା ନେଇ ରାଉରକେଲା ଏସ୍ପି ନରହରି ନାୟକ ସୂଚନା ଦେଇଛନ୍ତି।

    ଆର୍ଥିକ ବର୍ଷ ୨୦୨୨-୨୩ରେ ଝାରସୁଗୁଡ଼ା ମ୍ୟୁନିସିପାଲଟି ପକ୍ଷରୁ ମଶା ତେଲ ଯୋଗାଣ ପାଇଁ ଏକ ଟେଣ୍ଡର ବାହାରିଥିଲା। ଯାହା ୩ଟି ଛୋଟ ଖବର କାଗଜରେ ବାହାରିଥିଲା ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ କୁହାଯାଇଛି। ଏଥିରେ ୩ ଜଣ ଟେଣ୍ଡର ପକାଇଥିବା ବେଳେ ସର୍ବାଧିକ ଦର ଲିଟର ପିଛା ୭୪୦ ଟଙ୍କା ଥିବା ଫ୍ୟୁଜନ୍ ଗ୍ରୁପ୍କୁ ହିଁ ଦାୟିତ୍ବ ଦିଆଯାଇଥିଲା। ବିଗତ ବର୍ଷରେ ୭୭ ଟଙ୍କାରେ ଏହି ମଶା ତେଲ କିଣା ଯାଇଥିବା ବେଳେ ତତ୍କାଳୀନ ଇଓ ଶ୍ରୀ ତାଣ୍ଡି ଓ ସୁପରଭାଇଜର ଶ୍ରୀ ସାହୁ ଓ ସାନିଟେସନ୍ ଇନ୍ସପେକ୍ଟର ଶ୍ରୀ ପଶାୟତ ଲିଟର ପିଛା ଅଧିକ ୬୬୦ ଟଙ୍କାରେ ମଶା ତେଲ କିଣିବାକୁ ସ୍ଥିର କରିଥିଲେ।

    ଏହି ଘଟଣାରେ ତଦନ୍ତ ପରେ ଆଜି ଭିଜିଲାନ୍ସ ବିଭାଗ ଏକ ମାମଲା ରୁଜୁ କରିଥିବା ବେଳେ ସକାଳ ୧୦ଟାରୁ ଅଭିଯୁକ୍ତଙ୍କୁ ମାରାଥନ୍ ଜେରା କରିଥିଲା। ଏଥିରେ ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାର ୧୦ ଜଣିଆ ଟିମ୍ ଡିଏସ୍ପି କଳାବତୀ ବାଗଙ୍କ ନେତୃତ୍ବରେ ଅଭିଯୁକ୍ତଙ୍କୁ ସୁନ୍ଦରଗଡ଼ରେ ପଚରାଉଚରା କରିବା ପରେ ସନ୍ଧ୍ୟାରେ ସେମାନଙ୍କୁ ଝାରସୁଗୁଡ଼ା ଭିଜିଲାନ୍ସ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    22.4 ° C
    22.4 °
    22.4 °
    89 %
    1.4kmh
    19 %
    Sat
    22 °
    Sun
    30 °
    Mon
    31 °
    Tue
    30 °
    Wed
    29 °

    ସମ୍ବନ୍ଧିତ