Thursday, July 2, 2026
24.7 C
Odisha

    ଶିମିଳିପାଳରେ ପ୍ରବଳ ଶୀତ: ଉପର ବାର୍‌ହାକାମୁଡ଼ା ପାରା ୩ ଡିଗ୍ରି ରେକର୍ଡ

    ଆଗକୁ ପଢନ୍ତୁ

    ବାରିପଦା: ରାଜ୍ୟରେ ଶୀତଲହରୀ ପୁଣି ଆରମ୍ଭ ହୋଇଯାଇଛି। ଗତ ୧୦ ତାରିଖ ଠାରୁ ଏହା ଅଧିକ ଅନୁଭୂତ ହେଉଛି। ମୟୂରଭଂଜ, କୋରାପୁଟ ଓ କନ୍ଦମାଳ ଜିଲ୍ଲାର ଲୋକଙ୍କୁ ଶୀତ ଅଧିକ କଲବଲ କରୁଛି। ବଣପାହାଡ଼ ଘେରା ଅଞ୍ଚଳରେ ସ୍ଥିତି ଆହୁରି ଉଦ୍‌ବେଗଜନକ ରହିଛି। ଶିମିଳିପାଳ ଜାତୀୟ ଉଭୟରାଣ୍ୟରେ ପାରଦ ସର୍ବନିମ୍ନ ୩ ଡିଗ୍ରି ରେକର୍ଡ କରାଯାଇଛି। ଅଭୟାରଣ୍ୟର ଉପର ବାର୍‌ହାକାମୁଡ଼ାରେ ଆଜି ତାପମାତ୍ରା ୩ ଡିଗ୍ରି ରେକର୍ଡ କରାଯାଇଥିବା ଜଣାପଡ଼ିଛି।

    ପ୍ରବଳ ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳ ୯ଟା ପୂର୍ବରୁ ଓ ସନ୍ଧ୍ୟା ୫ଟା ପରେ ବାହାରକୁ ଯିବ ଅସହଜ ମନେ ହେଉଛି। ସୂର୍ଯ୍ୟ ଥିବା ସମୟରେ ଟିକିଏ ଆରମ ଲାଗୁଛି। ତାପାମାତ୍ରା ହ୍ରାସ ପାଇବା ଯୋଗୁଁ ବୟସ୍କ ବ୍ୟକ୍ତି ଓ ଜୀବଜନ୍ତୁ ଅଧିକ କଷ୍ଟର ସମ୍ମୁଖୀନ ହେଉଛନ୍ତି। ପ୍ରବଳ ଥଣ୍ଡା ଯୋଗୁଁ ଲୋକଙ୍କ ସମସ୍ୟା ବଢ଼ିଚାଲିଛି। ପରିସ୍ଥିତିରେ ଲୋକମାନେ ପ୍ରବଳ ଥଣ୍ଡାରୁ ରକ୍ଷାପାଇବାକୁ ବିଭିନ୍ନ ଉପାୟ ଅବଲମ୍ଵନ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24.7 ° C
    24.7 °
    24.7 °
    93 %
    1.8kmh
    100 %
    Thu
    30 °
    Fri
    29 °
    Sat
    31 °
    Sun
    31 °
    Mon
    24 °

    ସମ୍ବନ୍ଧିତ