Wednesday, April 8, 2026
23.9 C
Odisha

    ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଜବାବ ଦେଲେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କଡ଼ା ଜବାବ ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଚ କରି ଜବରଦସ୍ତ ବର୍ଷିଛନ୍ତି ସମୀର । ସେ କହିଛନ୍ତି, ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି ବିଜେଡି ନେତା। ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହିଁ ବିଜେଡି। ବିଜେପିର ଲୋକକଲ୍ୟାଣକାରୀ ଯୋଜନାରେ ଈର୍ଷାନ୍ୱିତ ହୋଇ ବିଜେଡି ବିଧାୟକ ଏଭଳି ମନ୍ତବ୍ୟ ଦେଉଥିବା କହିଛନ୍ତି ସମୀର ମହାନ୍ତି ।

    ବିଜେଡି ପରାଜୟ ଠାରୁ ଆରମ୍ଭ କରି ଦଳରେ ଥିବା କନ୍ଦଳ କଥା କହି ଜୋରଦାର ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା । କିଛି ଦିନ ତଳେ ବିଜେଡି ପଦଯାତ୍ରାରେ ବିଜେପି ସରକାରକୁ ନେଇ କଟାକ୍ଷ କରିଥିଲେ ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । କହିଥିଲେ, ଓଡ଼ିଶାକୁ ଚଲାଉଛନ୍ତି ୪ ମୁଖ୍ୟମନ୍ତ୍ରୀ। ଏଠି କିଛି, ଦିଲ୍ଲୀରେ କିଛି ନେତା ଥିବା କହି କରିଥିଲେ କଟାକ୍ଷ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    77 %
    1.6kmh
    26 %
    Tue
    25 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ