Friday, October 18, 2024
29.5 C
Odisha

    ୬୫ ବର୍ଷ ବୟସରେ ଚତୁର୍ଥ ଥର ବିବାହ କଲେ ସଞ୍ଜୟ ଦତ୍ତ

    ଆଗକୁ ପଢନ୍ତୁ

    ବଲିଉଡର ‘ଖଳନାୟକ’ ସଞ୍ଜୟ ଦତ୍ତ ସବୁବେଳେ ନିଜ ପର୍ସନାଲ ଲାଇଫ ଯୋଗୁଁ ବେଶ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏଥିରେ ସଞ୍ଜୟ ଦତ୍ତ ନାରଙ୍ଗୀ ଧୋତି ଏବଂ କୁର୍ତ୍ତା ପିନ୍ଧି ନିଜ ପତ୍ନୀଙ୍କ ସହ ଫେରା ନେଉଥିବାର ନଜର ଆସିଛନ୍ତି । ନବରାତ୍ରୀର ବିଶେଷ ଉତ୍ସବରେ ସେ ଫେରା ନେଉଥିବାର ନଜର ଆସିଛନ୍ତି । ବାସ୍ତବରେ ସେ ଚତୁର୍ଥ ଥର ପାଇଁ ତାଙ୍କ ପତ୍ନୀ ମାନ୍ୟତାଙ୍କୁ ବିବାହ କରୁଥିବାର ଦେଖିବାକୁ ମିଳିଛି ।

    ଏହି ଭିଡିଓ ସଞ୍ଜୟ ଦତ୍ତଙ୍କ ଫ୍ୟାନ୍ସଙ୍କୁ ବହୁତ ଆଶ୍ଚର୍ଯ୍ୟ କରିଛି । ସଞ୍ଜୟ ଦତ୍ତଙ୍କର ୨୦୦୮ ମସିହାରେ ମାନ୍ୟତା ଦତ୍ତଙ୍କ ସହ ତାଙ୍କର ତୃତୀୟ ବିବାହ ହୋଇଥିଲା । ତେବେ ଏହା ପୂର୍ବରୁ ସେ ଦୁଇଥର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସଞ୍ଜୁ ବାବା ପ୍ରଥମେ ରିଚା ଶର୍ମାଙ୍କୁ ବିବାହ କରିଥିଲେ, କିନ୍ତୁ ସେ ୧୯୯୬ ମସିହାରେ ବ୍ରେନ ଟ୍ୟୁମରରେ ମୃତ୍ୟୁ ବରଣ କରିଥିଲେ । ଦୁଇ ବର୍ଷ ପରେ, ଅର୍ଥାତ୍ ୧୯୯୮ ରେ, ସଞ୍ଜୟ ଦତ୍ତ ମଡେଲ୍ ରିୟା ପିଲ୍ଲଇଙ୍କୁ ବିବାହ କରିଥିଲେ । କିନ୍ତୁ ସେମାନଙ୍କର ସମ୍ପର୍କ ବେଶୀ ଦିନ ରହିଲା ନାହିଁ ଏବଂ ୨୦୦୫ ରେ ସେମାନଙ୍କର ଛାଡପତ୍ର ହୋଇଯାଇଥିଲା ।

    ଏହାପରେ ସଞ୍ଜୟ ଦତ୍ତ ଏବଂ ମାନ୍ୟତା ଦତ୍ତ ୨୦୦୮ ମସିହାରେ ବିବାହ କରିଥିଲେ । ଉଭୟଙ୍କର ଦୁଇଟି ଯାଆଁଳା ସନ୍ତାନ ମଧ୍ୟ ଅଛନ୍ତି । ଆୱାର୍ଡ ଫକ୍ସନ ହେଉ କିମ୍ବା ବଲିଉଡ ପାର୍ଟୀ ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖାଯାଏ । କିନ୍ତୁ ଏବେ ପୁଣି ଥରେ ସେ ମାନ୍ୟତାଙ୍କ ସହିତ ଫେରା ନେଉଥିବାର ଦେଖିବାକୁ ମିଳିଛି । ସଞ୍ଜୟ ଦତ୍ତ ସାଫ୍ରନ୍ ରଙ୍ଗର ଧୋତି-କୁର୍ତ୍ତା ପିନ୍ଧିଥିବା ବେଳେ କପାଳରେ ତିଲକ ଲଗାଇଥିଲେ । ଅନ୍ୟପଟେ ମାନ୍ୟତା ନୋ- ମେକଅପ୍ ଲୁକ୍ ସହ ଏକ ସିମ୍ପଲ ଅଫ ହ୍ୱାଇଟ ସୁଟ୍ ପିନ୍ଧିଛନ୍ତି ।

    ତେବେ ଏହି ସମୟରେ ଅଗ୍ନିକୁ ସାକ୍ଷୀ ରଖି ଦମ୍ପତିଙ୍କୁ ଫେରା ନେଉଥିବାର ଦେଖି ଫ୍ୟାନ୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ଏବଂ ସେ ଚତୁର୍ଥ ଥର ପାଇଁ କାହିଁକି ବିବାହ କରୁଛନ୍ତି ପଚାରିଛନ୍ତି । ଖବର ଅନୁଯାୟୀ ଘରର ରିନୋଭେସନ ସରିବା ପରେ ସଞ୍ଜୟ ଦତ୍ତଙ୍କ ଘରେ ପୂଜା ଅନୁଷ୍ଠିତ ହୋଇଥିଲା । ଏଭଳି ପରିସ୍ଥିତିରେ ସେ ଚତୁର୍ଥ ଥର ପାଇଁ ତାଙ୍କ ପତ୍ନୀ ମାନ୍ୟତାଙ୍କୁ ବିବାହ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29.5 ° C
    29.5 °
    29.5 °
    72 %
    1.4kmh
    91 %
    Fri
    29 °
    Sat
    31 °
    Sun
    25 °
    Mon
    29 °
    Tue
    29 °

    ସମ୍ବନ୍ଧିତ