Wednesday, October 14, 2026
23 C
Odisha

    ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ଚଢ଼ାଉ

    ଆଗକୁ ପଢନ୍ତୁ

    ଭଦ୍ରକ: ଜମି କାରବାରରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ଆଜି ଭଦ୍ରକ ଭଣ୍ଡାରିପୋଖରୀ ବିଧାୟକ ତଥା ବିଜେଡିର ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢ଼ାଉ କରିଛି | ଭୁବନେଶ୍ୱରର ୪ଟି ସ୍ଥାନ ସାଙ୍ଗକୁ ଭଦ୍ରକର ୬ଟି ସ୍ଥାନରେ ଏକକାଳୀନ ଭାବେ ଇଡି ଚଢ଼ାଉ କରିଛି | ପ୍ରଫୁଲ୍ଲ ସାମଲଙ୍କ ସମେତ ବରପଦା ଇଂଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି |ମିଳିଥିବା ସୂଚନା ମୁତାବକ ଆଜି ସକାଳୁ ସକାଳୁ ଇଡିର ସ୍ଵତନ୍ତ୍ର ଟିମ ଆସି ଭଦ୍ରକରେ ପହଞ୍ଚିଥିଲା। ଇଡି ଟିମ ଭଦ୍ରକରେ ପହଞ୍ଚିବା ପରେ ସହରର ନୂଆ ବଜାରରେ ଥିବା ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ବାସଭବନ ଭିତରକୁ ପଶିଥିଲେ | କେନ୍ଦ୍ରୀୟ ସୁରକ୍ଷା ବଳର କଡା ସୁରକ୍ଷା ଭିତରେ ଇଡି ଟିମ୍ ଭଦ୍ରକରେ ପହଞ୍ଚିଥିଲା। ସୂଚନା ଅନୁଯାୟୀ , ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜରେ ବହୁ ଦିନ ଧରି ୩୦ କୋଟି ଟଙ୍କାର ଅର୍ଥ ହଡପ ହୋଇଥିବାର ଅଭିଯୋଗ ହୋଇଥିଲା। ଏନେଇ ଏକାଧିକ ବାର ପ୍ରତିବାଦ କରିଥିଲେ ଇଞ୍ଜିନିୟରିଂ କଲେଜର କର୍ମଚାରୀମାନେ। ବର୍ଷ ବର୍ଷ ଧରି ଦରମା ନପାଇ କଲେଜ ଆଗରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ, ବିଧାନସଭା ଆଗରେ ନ୍ୟାୟ ପାଇଁ ପ୍ରତିବାଦ କରି ନିରାଶ ହୋଇଥିଲେ।

    ଏହି କର୍ମଚାରୀମାନେ ଅଭିଯୋଗ କରିଥିଲେ ଯେ ବରପଦା ଇଞ୍ଜିନିୟରିଂ କଲେଜର ଅଧ୍ୟକ୍ଷଙ୍କ ସମେତ କିଛି କର୍ମଚାରୀଙ୍କୁ ହାତବାରିସି କରି କଲେଜ୍ ଅର୍ଥ ହଡପ କରାଯାଇଥିଲା । ଏଥିସହ ଭୁବନେଶ୍ୱରରେ ଏକ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା କରି ପରେ ଏହାକୁ ବିକ୍ରି କରି ଟଙ୍କା ହଡ଼ପ କରିବା ଘଟଣାରେ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁତ୍ର ପ୍ରୟସକାନ୍ତି ସାମଲ ଛନ୍ଦି ହୋଇଯାଇଥିଲେ। ବରପଦା ଇଞ୍ଜିନିୟରିଂ କଲେଜ ମାମଲା ହାଇକୋର୍ଟରେ ଅଦ୍ୟାବଧି ବିଚାରାଧୀନ ରହିଛି। ଏହି ଦୁର୍ନୀତି ଘଟଣାକୁ ନେଇ ଅତୀତରେ ଭିଜିଲାନ୍ସ ଓ ଇଡି ରେଡ ପାଇଁ ଦାବି ହୋଇ ଆସୁଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23 ° C
    23 °
    23 °
    93 %
    1.6kmh
    5 %
    Wed
    23 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ