Saturday, April 4, 2026
29 C
Odisha

    ବିଡ଼ିଓଙ୍କ ଅଣଦେଖା, ମନମୁଖୀ କାର୍ଯ୍ୟ ପ୍ରତିବାଦରେ କାର୍ଯ୍ୟାଳୟରେ ତାଲା ଝୁଲାଇଲେ ନିର୍ବାଚିତ ଜନପ୍ରତିନିଧି

    ଆଗକୁ ପଢନ୍ତୁ

    ନବରଙ୍ଗପୁର: ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା ତଥା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବାବଦରେ ସୂଚନା ପ୍ରଦାନ ନ କରିବା ସହ ଆର୍ଥିକ ହେରଫେର ଅଭିଯୋଗରେ ନିର୍ବାଚିତ ଜନପ୍ରତିନିଧି ଗର୍ଜିଛନ୍ତି। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବିଡ଼ିଓ କ୍ଷୀରୋଦ ଚନ୍ଦ୍ର ସାହୁଙ୍କ ବଦଳି ଦାବିରେ ବ୍ଲକ କାର୍ଯ୍ୟାଳୟର ମୁଖ୍ୟ ଫାଟକରେ ତାଲାଝୁଲାଇ ବ୍ଲକ ଅଧ୍ୟକ୍ଷା ରଶ୍ମିତା ମାଝୀଙ୍କ ସହିତ ବ୍ଲକର ୧୧ଟି ପଞ୍ଚାୟତର ସମସ୍ତ ସରପଞ୍ଚ ଓ ସମିତିସଭ୍ୟ ଧାରଣା ଦେଇଛନ୍ତି।

    ବିଡ଼ିଓଙ୍କ ଦ୍ଵାରା ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ବାବଦରେ ସଠିକ ସୂଚନା ନ ଦେବା, ବୈଠକ ପୂର୍ବ ଦିନ ରାତିରେ ହ୍ବାଟ୍‌ସଆପ୍‌ ଗ୍ରୁପରେ ମେସେଜ ଦିଆଯାଉଥିବା ଅଭିଯୋଗ କରିଛନ୍ତି ଜନ ପ୍ରତିନିଧି। ଅନେକ ମେମ୍ବରଙ୍କ ସ୍ମାର୍ଟ ଫୋନ ନ ଥିବା ବେଳେ ବୈଠକ ବାବଦରେ ଅବଗତ ହୋଇନ ପାରି ବୈଠକରେ ଯୋଗ ଦେଇ ପାରୁନଥିବା ଅଭିଯୋଗ କରିଛନ୍ତି। ଏବାବଦରେ ଅନେକ ଥର ସୂଚନା ଦିଆଯାଉଥିଲେ ମଧ୍ୟ କୌଣସି ପରିବର୍ତ୍ତନ ହେଉନଥିବା ଅଭିଯୋଗ କରିଛନ୍ତି। ଏଥିସହ ବିଡ଼ିଓଙ୍କ ଦ୍ଵାରା ବିଭିନ୍ନ ସମୟରେ ଗାଁକୁ ଯାଇ ହିତାଧିକାରୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗ କରିଛନ୍ତି ଧାରଣା ରତ ଜନପ୍ରତିନିଧି।

    ସେହିଭଳି ବିଡ଼ିଓ କାହାକୁ କିଛି ନଜଣାଇ ଯୋଜନାର ଅର୍ଥ ଗୁଡିକ ହେରଫେର କରୁଥିବା ଅଭିଯୋଗ କରାଯାଇଛି। ଯେତେଦିନ ଯାଏଁ ବିଡ଼ିଓଙ୍କ ବଦଳି ନ ହୋଇଛି ସେତେଦିନ ଯାଏଁ ଧାରଣାରୁ ଉଠିବେ ନାହିଁ ବୋଲି ଧାରଣା ରତ ପ୍ରତିନିଧି କହିଛନ୍ତି। ଅପରପକ୍ଷରେ ସେ କୌଣସି ଭୁଲ କରିନଥିବା ଏବଂ ଜନପ୍ରତିନିଧିଙ୍କ ଅଭିଯୋଗରେ ସତ୍ୟତା ନଥିବା କହିବା ସହ ସମସ୍ତ ପ୍ରତିନିଧିଙ୍କୁ ସ୍ଥାନୀୟ ପିଇଓଙ୍କ ଦ୍ଵାରା ସୂଚନା ପ୍ରଦାନ କରାଯାଉଥିବା ବିଡ଼ିଓ ଶ୍ରୀ ସାହୁ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    29 ° C
    29 °
    29 °
    47 %
    1.6kmh
    100 %
    Sat
    29 °
    Sun
    36 °
    Mon
    36 °
    Tue
    39 °
    Wed
    39 °

    ସମ୍ବନ୍ଧିତ