Friday, September 25, 2026
24.2 C
Odisha

    ଇଲେକ୍ଟରାଲ ବଣ୍ଡ୍ ସଂପର୍କିତ ସବୁ ତଥ୍ୟ ପ୍ରଦାନ କରିଛୁ, ଷ୍ଟେଟବ୍ୟାଙ୍କର ସତ୍ୟପାଠ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଇଲେକ୍ଟୋରାଲ ବଣ୍ଡ ମାମଲାରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଅଧ୍ୟକ୍ଷ ଗୁରୁବାର (ମାର୍ଚ୍ଚ ୨୧) ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସତ୍ୟପାଠରେ କୁହାଯାଇଛି ଯେ ଇଲେକ୍ଟୋରାଲ ବଣ୍ଡ ମାମଲାରେ ମାର୍ଚ୍ଚ ୧୮ରେ ଦିଆଯାଇଥିବା ଆଦେଶ ପାଳନ କରାଯାଇଛି। କିଣାଯାଇଥିବା ଏବଂ ନଗଦ ହୋଇଥିବା ସମସ୍ତ ଇଲେକ୍ଟୋରାଲ ବଣ୍ଡ ବିଷୟରେ ସମ୍ପୂର୍ଣ୍ଣ ସୂଚନା ନିର୍ବାଚନ କମିସନଙ୍କୁ ପ୍ରଦାନ କରାଯାଇଛି । ସମସ୍ତ ବଣ୍ଡର ନମ୍ବର ମଧ୍ୟ ପ୍ରକାଶ କରାଯାଇଛି ବୋଲି ସତ୍ୟପାଠରେ କୁହାଯାଇଛି। ସତ୍ୟପାଠ ଦାଖଲ ପାଇଁ ସୁପ୍ରିମକୋର୍ଟ ଏସବିଆଇକୁ ମାର୍ଚ୍ଚ ୨୧ ତାରିଖ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସମୟ ଦେଇଥିଲେ। ମାର୍ଚ୍ଚ ୧୮ରେ ସୁପ୍ରିମକୋର୍ଟ ଏସବିଆଇକୁ ଇଲେକ୍ଟୋରାଲ ବଣ୍ଡର ସମସ୍ତ ବିବରଣୀ ପ୍ରକାଶ କରିବାକୁ କହିଥିଲେ। ନିଜର ସତ୍ୟପାଠରେ ଷ୍ଟେଟ ବ୍ୟାଙ୍କ ଦର୍ଶାଇଛି ଯେ ନିର୍ବାଚନ କମିସନଙ୍କୁ ବଣ୍ଡ କ୍ରେତାଙ୍କ ନାମ, ବଣ୍ଡର ସଂଖ୍ୟା ଏବଂ ଏହାର ପରିମାଣ, ବଣ୍ଡକୁ ନଗଦ କରିଥିବା ଦଳର ନାମ, ରାଜନୈତିକ ଦଳର ବ୍ୟାଙ୍କ ଆକାଉଣ୍ଟର ଶେଷ ୪ ନମ୍ବର, ନଗଦ ହୋଇଥିବା ବଣ୍ଡର ସଂଖ୍ୟା ଏବଂ ଏହାର ପରିମାଣ ସଂପର୍କିତ ତଥ୍ୟ ପ୍ରଦାନ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    96 %
    5.6kmh
    100 %
    Fri
    26 °
    Sat
    31 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ