Sunday, June 22, 2025
26.9 C
Odisha

କଳାବଜାରୀଙ୍କୁ ସାବଧାନ କଲେ ଯୋଗାଣ ମନ୍ତ୍ରୀ, ‘ବାତ୍ୟା ପରିସ୍ଥିତିରେ ଫାଇଦା ଉଠେଇଲେ କାର୍ଯ୍ୟାନୁଷ୍ଠାନ

ଆଗକୁ ପଢନ୍ତୁ

ଭୁବନେଶ୍ୱର : ସମ୍ଭାବ୍ୟ ବାତ୍ୟା ‘ଦାନା’ର ପ୍ରଭାବରେ ଏବେ ଠାରୁ ପରିବା ବଜାର ଉପରେ ଚଡକ ପଡ଼ିଛି । ଗତକାଲିର ଦର ଠାରୁ ଆଜିର ଦର କିଲୋ ପିଛା ସମସ୍ତ ପରିବା ଉପରେ ବୃଦ୍ଧି ପାଇଛି । ବାତ୍ୟା ବେଳେ କଳାବଜାରୀ ରୋକିବା ପାଇଁ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ମନ୍ତ୍ରୀ କହିଛନ୍ତି ପର୍ଯ୍ୟାପ୍ତ ପରିଣାମରେ ଖାଦ୍ୟ ସାମଗ୍ରୀ ମହଜୁଦ ଅଛି । ସବୁ ପ୍ରକାର ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ଅଯଥା ଭୟବିତ ନହେବା ପାଇଁ ରାଜ୍ୟବାସୀଙ୍କୁ ଅପିଲ କଲେ ଯୋଗାଣ ମନ୍ତ୍ରୀ । ଅପରାହ୍ନ ୪ଟା ବେଳେ ବ୍ୟବସାୟୀଙ୍କ ସହ ବୈଠକ କରିବେ ଯୋଗାଣ ମନ୍ତ୍ରୀ । ସରକାରଙ୍କୁ ସହଯୋଗ କରିବାକୁ ସେମାନଙ୍କୁ ନିବେଦନ କରାଯିବ । ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମହଜୁଦକାରୀଙ୍କୁ ହୋଡିଂ ନକରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ମୁକାବିଲା କରିବା ପାଇଁ ସମସ୍ତଙ୍କ ସହଯୋଗ ଦରକାର । ଯଦି କେହି ଏହି ପରିସ୍ଥିତିର ଫାଇଦା ଉଠାଇବାକୁ ଚେଷ୍ଟା କରିବେ କି ଲୋକଙ୍କୁ ହଇରାଣ କରିବେ, ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । କାଲି ଚଢ଼ାଉ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ବି କିଛି ଜାଗାରେ ଚଢ଼ାଉ ହୋଇଛି । ଏହି ପରିସ୍ଥିତିର ଅନାବଶ୍ୟକ ଫାଇଦା ଉଠାଇବାକୁ କାହାକୁ ସୁଯୋଗ ଦିଆଯିବ ନାହିଁ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
26.9 ° C
26.9 °
26.9 °
73 %
1.8kmh
97 %
Sat
27 °
Sun
34 °
Mon
33 °
Tue
31 °
Wed
28 °

ସମ୍ବନ୍ଧିତ