Monday, September 21, 2026
27.9 C
Odisha

    ବରଗଡ଼ ଧନୁଯାତ୍ରା: ଡିସେମ୍ବର ୧ରେ କଂସ ଚୟନ

    ଆଗକୁ ପଢନ୍ତୁ

    ବରଗଡ଼: ବରଗଡ଼ ଧନୁଯାତ୍ରା ପାଇଁ ଆସନ୍ତା ଡିସେମ୍ବର ୧ ତାରିଖ ଏଥର କଂସ କିଏ ହେବ ତାହା ଚୟନ କରାଯିବ। ସକାଳ ୧୧ଟାରେ ଟାଉନହଲଠାରେ ଏହି ଚୟନ ପ୍ରକ୍ରିୟା ଅନୁଷ୍ଠିତ ହେବ। ଗତ ୨୬ ତାରିଖ କଳାକାର ଉପଦେଷ୍ଟା ସମିତି ନିଷ୍ପତ୍ତି ଅନୁସାରେ ୨୦୨୪-୨୫ ଧନୁଯାତ୍ରା ମହୋତ୍ସବରେ କଂସ ଭୂମିକାରେ କେବଳ ଗୋଟିଏ ବର୍ଷ ପାଇଁ ଅଭିନୟ କରିବା ସକାଶେ ନୂତନ କଂସ ଚୟନ କରାଯିବ। ଏଥିରେ ୨୦୨୨ରେ ଚୟନ କରାଯାଇଥିବା କଳାକାରଙ୍କ ମଧ୍ୟରୁ ଦ୍ୱିତୀୟରୁ ପଂଚମ ସ୍ଥାନରେ ଥିବା ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବ ନେଶ୍ୱର ପ୍ରଧାନ, ସୁଶୀଳ ମେହେର ଅଂଶ ଗ୍ରହଣ କରିବେ। ଏମାନଙ୍କ ମଧ୍ୟରୁ ଜଣକୁ ଚୟନ କରାଯିବ ବୋଲି ଧନୁଯାତ୍ରା ମହୋତ୍ସବ ସମିତି ପକ୍ଷରୁ କୁହାଯାଇଛି।

    ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା-୨୦୨୫ ପାଇଁ ଏକ ମାସ ପୂର୍ବରୁ ତାରିଖ ଘୋଷଣା ହୋଇ ସାରିଛି। ଘୋଷଣା ଅନୁଯାୟୀ ଆସନ୍ତା ଜାନୁଆରି ୩ ତାରିଖରୁ ଧନୁଯାତ୍ରା ଆରମ୍ଭ  ହେବ। ଏକାଦଶ ଦିବସୀୟ ଏହି ମୁକ୍ତାକାଶ ରଂଗମଞ୍ଚ ଜାନୁଆରି ୧୩ ତାରିଖ ଯାଏଁ ଜାରି ରହିବ। ମହାରାଜ କଂସଙ୍କ ସଂଳାପରେ ଗଗନ ପବନ ପ୍ରକମ୍ପିତ ହେବ। ବରଗଡରେ ମହାରାଜ କଂସଙ୍କ ରାଜୁତି ଚାଲିବ। ପ୍ରଶାସନ ତରଫରୁ ବରଗଡ଼ ଧନୁଯାତ୍ରା ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ ଏଥର ମୁକ୍ତାକାଶ ରଂଗମଂଚରେ ସବୁଠାରୁ ଆକର୍ଷଣୀୟ କଂସ ଭୂମିକାରେ କିଏ ଅବତୀର୍ଣ୍ଣ ହେବେ ସେନେଇ ଦ୍ବନ୍ଦ୍ବ ଆରମ୍ଭ ହୋଇଯାଇଛି। ସୂଚନାଯୋଗ୍ୟ ୭୭ତମ ବରଗଡ଼ ଧନୁଯାତ୍ରାର ଶୁଭସ୍ତମ୍ଭ ଆସନ୍ତା ଡିସେମ୍ବର ୪ ତାରିଖରେ ସ୍ଥାପିତ ହେବ। ଏଥର କାର୍ଯ୍ୟକାରୀ କମିଟି ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି ଯେ, ହୃଷିକେଶ ଭୋଇଙ୍କ ସ୍ଥାନ ଅନ୍ୟ ଜଣେ କଳାକାର ନେବେ। ବରଗଡ଼ ଧନୁଯାତ୍ରା କଳାକାର ସମନ୍ୱୟ କମିଟି ସୁପାରିଶ କରିଥିଲେ ଯେ, ଯେହେତୁ ତାଙ୍କ (ହୃଷିକେଶ ଭୋଇ) ବିରୋଧରେ ଅଭିଯୋଗ ଆସିଛି ଓ ସେ ଦୋଷ ମୁକ୍ତ ହୋଇନାହାନ୍ତି। ତେଣୁ ଏଥର ସେ ଧନୁ ଯାତ୍ରାରେ ଅଭିନୟ କଲେ ଏହାର ମର୍ଯ୍ୟାଦା ଓ ଗାରିମା କମିବା ଆଶଙ୍କାରେ କଂସ ଭୂମିକାରେ ଅନ୍ୟ ଜଣଙ୍କୁ ସୁଯୋଗ ଦିଆଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.9 ° C
    27.9 °
    27.9 °
    75 %
    1.5kmh
    98 %
    Mon
    29 °
    Tue
    28 °
    Wed
    28 °
    Thu
    24 °
    Fri
    24 °

    ସମ୍ବନ୍ଧିତ