Wednesday, April 8, 2026
24.2 C
Odisha

    ପଶ୍ଚିମବଙ୍ଗ ବୀରଭୂମ କୋଇଲା ଖଣିରେ ବିସ୍ଫୋରଣ, ୭ ଶ୍ରମିକ ମୃତ

    ଆଗକୁ ପଢନ୍ତୁ

    କୋଲକାତା: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟି ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣର କାରଣ କ’ଣ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ସ୍ଥାନୀୟ ପ୍ରଶାସନ ଓ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି। ଅନେକ ଲୋକ କୋଇଲା ଓ ମାଟିଗଦା ତଳେ ଫସି ରହିଥିବା ଆଶଙ୍କା କରାଯାଉଛି ଏବଂ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ପ୍ରାଥମିକତା ଦିଆଯାଉଛି। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ କର୍ତ୍ତୃପକ୍ଷ କହିଛନ୍ତି ଯେ ସେମାନେ ସମ୍ଭାବ୍ୟ କାରଣ ଅନୁସନ୍ଧାନ କରୁଛନ୍ତି। ଦୁର୍ଘଟଣା ସମ୍ପର୍କରେ ଖଣିରେ କାମ କରୁଥିବା ଶ୍ରମିକଙ୍କ ପରିବାରକୁ ଅବଗତ କରାଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବୀରଭୂମ ଜିଲ୍ଲା ଖୋରାଶୋଳ ବ୍ଲକଲୋକପୁର ଥାନା ଅନ୍ତର୍ଗତ ଭାଦୁଲିଆ ଗାଁରେ। ୱାଡୁଲିଆର ଗଙ୍ଗାରାମଚକ ମାଇନିଂ ପ୍ରାଇଭେଟ୍ ଲିମିଟେଡ୍ କୋଲିୟରି (ଜିଏମ୍ପିଏଲ୍)ରେ ସୋମବାର କୋଇଲା କ୍ରସିଂ ସମୟରେ ବିସ୍ଫୋରଣ ଘଟିଛି। ସ୍ଥାନୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଶ୍ରମିକଙ୍କ ମୃତଦେହ ଖଣ୍ଡ ଖଣ୍ଡ ହୋଇଯାଇଥିଲା। କୋଇଲା ଖଣିରେ ଅବହେଳା ଯୋଗୁଁ ଏହି ବିସ୍ଫୋରଣ ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି। ଖବର ପାଇ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସଦର ଡାକ୍ତରଖାନାରେ ଭର୍ତ୍ତି କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.2 ° C
    24.2 °
    24.2 °
    77 %
    1.5kmh
    0 %
    Wed
    39 °
    Thu
    37 °
    Fri
    39 °
    Sat
    39 °
    Sun
    42 °

    ସମ୍ବନ୍ଧିତ