Monday, May 11, 2026
31.9 C
Odisha

    ସମୁଦ୍ରରେ ପହଁରୁଥିବା ମହିଳାଙ୍କ ଗୋଡ଼କୁ କାମୁଡ଼ି କ୍ଷତାକ୍ତ କଲା ସାର୍କ

    ଆଗକୁ ପଢନ୍ତୁ

    ସିଡ୍‌ନି: ଅଷ୍ଟ୍ରେଲିଆର ସିଡ୍‌ନି ବନ୍ଦରରେ ପହଁରୁଥିବା ଜଣେ ମହିଳାଙ୍କ ଗୋଡ଼କୁ ଗୋଟାଏ ସାର୍କ ମାଛ କାମୁଡ଼ି କ୍ଷତାକ୍ତ କରିଦେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା ଆଜି ସରକାରୀ ଅଧିକାରୀ ଓ ଗଣମାଧ୍ୟମ ସବୁ କହିଛନ୍ତି। ପୁଲିସ କହିଛି, ସୋମବାର ସନ୍ଧ୍ୟା ବେଳେ ପ୍ରସିଦ୍ଧ ସିଡ୍‌ନି ଅପେରା ହାଉସ୍‌ଠାରୁ ପ୍ରାୟ ୨ କିଲୋମିଟର୍‌ ଦୂରରେ ଥିବା ଏଲିଜାବେଥ୍ ବେ’ରେ ସମୁଦ୍ର ଭିତରକୁ ପହଁରି ଯାଇଥିବା ଉକ୍ତ ମହିଳାଙ୍କୁ ସାର୍କ ଆକ୍ରମଣ କରିଥିଲା। ଜାରି କରିଥିବା ବିବୃତିରେ ନିୟୁ ସାଉଥ୍‌ ୱେଲ୍‌ଜ୍‌ ପୁଲିସ କହିଛି, ସେ ମହିଳାଙ୍କ ଡାହାଣ ଗୋଡ଼ରେ ସାଙ୍ଘାତିକ କ୍ଷତ ସୃଷ୍ଟି ହୋଇଛି।

    ‘ସିଡ୍‌ନି ମର୍ଣ୍ଣିଂ ହେରାଲ୍‌ଡ୍‌’ ରିପୋର୍ଟ କରିଛି, ସାର୍କ ଆକ୍ରମଣର ଶରବ୍ୟ ହୋଇଥିବା ମହିଳା ହେଉଛନ୍ତି ୨୯ ବର୍ଷୀୟ ଲରେନ୍‌ ଓ’ନିଲ୍‌। ତାଙ୍କୁ ସାହାଯ୍ୟ କରିବା ପାଇଁ ଆଖପାଖରେ ବାସ କରୁଥିବା ଲୋକେ ଧାଇଁ ଆସିଥିଲେ। ପାଣିରୁ ଉଦ୍ଧାର କରାଯିବା ପରେ ଜଣେ ପ୍ରାଣୀ ଚିକିତ୍ସକ ଓ’ନିଲ୍‌ଙ୍କ ଗୋଡ଼ରୁ ରକ୍ତସ୍ରାବ ବନ୍ଦ କରିବା ଲାଗି ଟର୍ଣ୍ଣିକ୍ବେଟ୍‌ (ଏକ ପ୍ରକାର ପଟି) ବାନ୍ଧି ଦେଇଥିଲେ। ସେଣ୍ଟ୍‌ ଭିନ୍‌ସେଣ୍ଟ୍‌ସ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିବା ଓ’ନିଲ୍‌ ଭଲ ଅଛନ୍ତି ବୋଲି ଡାକ୍ତରଖାନାର ଜଣେ ମୁଖପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ୨୦୦୯ ପରେ ସିଡ୍‌ନି ବନ୍ଦରରେ ଏହା ହେଉଛି ପ୍ରଥମ ସାର୍କ ଆକ୍ରମଣ। ୨୦୦୯ରେ ଉଲୁମୁଲୁ ବେ’ ବା ଉପସାଗରରେ ଗୋଟାଏ ଅଣ୍ଡିରା ସାର୍କ ଅଷ୍ଟ୍ରେଲିଆର ନୌସେନାର ଜଣେ ବୁଡ଼ାଳିଙ୍କୁ ଆକ୍ରମଣ କରି ତାଙ୍କ ବାହୁ ଓ ଗୋଡ଼କୁ କ୍ଷତବିକ୍ଷତ କରିପକାଇଥିଲା। ସାର୍କ ସହିତ ଲଢ଼ି ବୁଡ଼ାଳିଜଣକ ଜୀବନ ରକ୍ଷା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    31.9 ° C
    31.9 °
    31.9 °
    43 %
    2.5kmh
    26 %
    Mon
    37 °
    Tue
    39 °
    Wed
    41 °
    Thu
    44 °
    Fri
    44 °

    ସମ୍ବନ୍ଧିତ